ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ।
ନୀଳଗିରି,୨୦/୧୧(ଓଡ଼ିଶା ଆଦର୍ଶ): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ନୀଳଗିରି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ନୀଳଗିରି ଥାନା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଅନୁଷ୍ଠାନିକ ଭାବେ ଯୋଗ ଦେଇ ମାଛ ଚାଷ , କୁକୁଡ଼ା ଚାଷ, ଗୋ ପାଳନ, ପ୍ରମୁଖ ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇ ଥିଲେ। ସମ୍ମାନୀୟ ଅତିଥି ଭାବେ ସାଂସଦ ଙ୍କ ବ୍ଳକ ପ୍ରତିନିଧି କରୁଣାକର ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ନୀଳଗିରି ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ବ୍ଳକ ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୋଥାଳ, ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ୧୩ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାକ ଡା. ରବିନାରାୟଣ ପଟ୍ଟନାୟକ, ମତ୍ସ୍ୟ ଉପ ନିର୍ଦ୍ଦେଶକ ଦୀପ୍ତିକାନ୍ତ ମହାପାତ୍ର ମଞ୍ଚାସିନ ଥାଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ସାଧାରଣ ଭାବେ ରୋଜଗାରିଆଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ମିଳୁଥିବା ପ୍ରତ୍ସାହନ ର ଭରପୁର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ୪ ଗୋଟି ଷ୍ଟଲ, ମତ୍ସ୍ୟ ବିଭାଗ ପକ୍ଷରୁ ୩ ଗୋଟି ସ୍ଟଲ, କୃଷି ବିଭାଗ ପକ୍ଷରୁ ୧ ଗୋଟି ସ୍ଟଲ, କୃଷି ଉଦ୍ୟାନ ବିଭାଗ ପକ୍ଷରୁ ୧ ଗୋଟି ସ୍ଟଲ, ମିଶନ ଶକ୍ତି ପକ୍ଷରୁ ୧ ଗୋଟି, ଓମଫେଡ ପକ୍ଷରୁ ୧ ଗୋଟି ସ୍ଟଲ କରାଯାଇଥିବା ବେଳେ ଚାଷୀଙ୍କ ପଞ୍ଜିକରଣ ପାଇଁ ସୁବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ୧୫୦ ରୁ ଉର୍ଦ୍ଧ ଗୋ ସମ୍ପଦ ବୀମା ଯୋଜନା ପାଇଁ ଆବେଦନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ନୀଳଗିରି ବିଡ଼ିଓ ବିକ୍ରମ କେଶରୀ ପରିଡ଼ା ସଭାପତିତ୍ୱ କରିଥିବା ବେଳେ ନୀଳଗିରି ପଶୁ ଡାକ୍ତର ଖାନାର ଡା. ହିମାଂଶୁ ଶେଖର ଦେ ଏବଂ ଡା. ସୋନାଲି ବେହେରା ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ। ଡା. ସୁଭାଶିଷ ମହାପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ପରେ ପ୍ରଦର୍ଶନୀ ଷ୍ଟଲ କୁ ନିମନ୍ତ୍ରିତ ଅତିଥି ମାନେ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ ରେ ନୀଳଗିରି ବ୍ଳକ ର ୨୫ ଗୋଟି ପଞ୍ଚାୟତ ରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ର ଚାଷୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ବ୍ଳକ କଳା ସଂସ୍କୃତି ସଂଘ ଅନୁବନ୍ଧିତ ଗ୍ରୁପ ଦ୍ୱାରା ପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବ୍ଳକ ର ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ପକ୍ଷରୁ ୮ ଜଣ ସଫଳ ଚାଷୀଙ୍କୁ ଉତ୍ତରୀୟ ଏବଂ ଏକ ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା। ଶେଷରେ ଡା. ସୁଭାଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ।





Post a Comment