ନୀଳଗିରି ର ବିଭିନ୍ନ ସ୍ଥାନରେ ୭୯ତମ ଗଡଜାତ ମିଶ୍ରଣ ପର୍ବ ପାଳିତ।
ନୀଳଗିରି,୧୪/୧୧(ଓଡ଼ିଶା ଆଦର୍ଶ): ନୀଳଗିରି ର ବିଭିନ୍ନ ସ୍ଥାନରେ ୭୯ତମ ଗଡଜାତ ମିଶ୍ରଣ ପର୍ବ ପାଳିତ ହୋଇଯାଇଛି। ନୀଳଗିରି ପୂଜ୍ୟପୂଜା କମିଟି ପକ୍ଷରୁ ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି। କମିଟିର ସଭାପତି ସଦାଶିବ ରଥ ପୌରହିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ବରେଣ୍ୟ ଅତିଥି ଭାବେ ଗବେଷକ ସର୍ବେଶ୍ଵର ଦାସ, ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ଶିକ୍ଷାବିତ୍ ଭରତ ଚନ୍ଦ୍ର ଦାସ, ଆଦର୍ଶ ଶିକ୍ଷାବିତ୍ ବ୍ରଜମୋହନ ମାଝି, ଅଧକ୍ଷ କାର୍ତ୍ତିକ ସାହୁ, ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡା, ପ୍ରମୁଖ ମଞ୍ଚଶୀନ ହୋଇ ଗଡଜାତ ମିଶ୍ରଣ ପର୍ବ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମ୍ବାଦିକ ଙ୍କ ସମେତ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। କମିଟିର ସମ୍ପାଦକ ଅମରେନ୍ଦ୍ର ମହାପାତ୍ର ବିବରଣୀ ପଠନ କରିଥିବା ବେଳେ ଭାସ୍କର ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନୁରୂପ ଭାବେ ନୀଳଗିରି ପ୍ରଜା ମଣ୍ଡଳ ସ୍ମୃତି କମିଟି ପକ୍ଷରୁ ନୀଳଗିରି ଏନ୍ଏ ସି କଲ୍ୟାଣ ମଣ୍ଡପ ପରିସରରେ ୭୯ତମ ଗଡଜାତ ମିଶ୍ରଣ ପର୍ବ ପାଳିତ ହୋଇଯାଇଛି। କମିଟିର ସଭାପତି ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଡଜାତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ସମାଜ ର ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ କୁଳମଣି ବାରିକ, ବରିଷ୍ଟ ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଶିକ୍ଷାବିତ୍ ଚନ୍ଦନ ରାଉତ, ସରପଞ୍ଚ ପୁରସ୍ତମ ସେଠୀ, ପ୍ରମୁଖ ଉପସ୍ଥିତ ରହି ନୀଳଗିରି ମାଟି ହେଉଛି ବୀରର ମାଟି। ରାଜତନ୍ତ୍ର ଅମଳରେ ରାଜ ଶାସନ ପ୍ରଜାଙ୍କୁ ଅକଥନୀୟ ଅତ୍ୟାଚାର ଦିଆ ଯାଉଥିଲା। ଏହାକୁ ବିରୋଧ କରି ନୀଳଗିରି ଗଡଜାତ ସର୍ବପ୍ରଥମେ ସ୍ଵାଧୀନ ଭାରତ ସହ ମିଶିଥିଲା ବୋଲି ନିଜ ନିଜ ଅଭିଭାଷଣରେ କହିଥିଲେ। ସମ୍ପାଦକ କିଶୋର ଦାସ ଧନ୍ୟବାଦଅର୍ପଣ କରିଥିଲେ।



إرسال تعليق