Header ADS

ଜିଲ୍ଲା ବ୍ରାହ୍ମଣ ସମାଜ ର କଲ୍ୟାଣ ଓ ତୃତୀୟ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ।

 ଜିଲ୍ଲା ବ୍ରାହ୍ମଣ ସମାଜ ର କଲ୍ୟାଣ ଓ ତୃତୀୟ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ।



ନୀଳଗିରି,୧୩/୧୧(ଓଡ଼ିଶା ଆଦର୍ଶ): ଚଳିତ ମାସ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ବେଳେ ବାଲେଶ୍ଵର ଜିଲ୍ଲା ବ୍ରାହ୍ମଣ ସମାଜ ମାନଙ୍କ କଲ୍ୟାଣ ପାଇଁ ୮ଦଫା ସମ୍ବଳିତ ସେବାୟତ ମାନଙ୍କ ତରଫରୁ ତୃତୀୟ ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ବିଭିନ୍ନ ଦାବୀପତ୍ର ପ୍ରଦାନ କରିଛନ୍ତି। 


ଏହି ଅବସରରେ ଜିଲ୍ଲା ବ୍ରାହ୍ମଣ ସମିତି ର ସଭାପତି ଡ଼ା: ଶ୍ରୀ ଶକୁମାର ଦାସ୍, ସମ୍ପାଦକ ଗୌର ଚନ୍ଦ୍ର ଦାସ୍ ଙ୍କ ନେତୃତ୍ବରେ ସାରା ଜିଲ୍ଲାର ବ୍ରାହ୍ମଣ ଙ୍କ ସହିତ ନୀଳଗିରି ୧୬ଶାସନର ବ୍ରାହ୍ମଣ ଓ ସେବାୟତ ମାନଙ୍କ ଉପସ୍ଥିତି ରେ ସମୂହ ବେଦମନ୍ତ୍ର ଓ ମଙ୍ଗଳାଷ୍ଟକ୍ ପାଠ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ବ୍ରାହ୍ମଣ ମାନଙ୍କ କଲ୍ୟାଣ ଓ ତୃତୀୟ ଶ୍ରୀକ୍ଷେତ୍ର ର ଶ୍ରୀବୃଦ୍ଧି ଓ ଉନ୍ନତି କରଣ ପାଇଁ ୮ଦଫା ଦାବୀ କୁ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ ବ୍ରାହ୍ମଣ ସମାଜ ତରଫରୁ ମୂଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା।


ଶତାଧିକ ବ୍ରାହ୍ମଣ ମାନଙ୍କ ସମାବେଶ ମଧ୍ୟରେ ନୀଳଗିରି ର ସଭାପତି ପଣ୍ଡିତ ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ, ଉପ ସଭାପତି ଶ୍ରୀ ବ୍ରହ୍ମା ସରୋଜ ନନ୍ଦ, ସମ୍ପାଦକ ଧର୍ମବ୍ରତ ମିଶ୍ର, କୋଷାଧ୍ୟକ୍ଷ ପଣ୍ଡିତ ବ୍ରଜେଶ୍ୱର୍ ନନ୍ଦ, ପଣ୍ଡିତ ରବି ନାରାୟଣ ପଣ୍ଡା,ପୁନ୍ୟଶୋଳ୍କ ନନ୍ଦ, ଜଗନ୍ନାଥଙ୍କ ମୁଖ୍ୟ ପୂଜକ ପଣ୍ଡିତ ହରିବନ୍ଧୁ କର ମୂଖ୍ୟମନ୍ତ୍ରୀ ଙ୍କ ଜଗନ୍ନାଥ ମନ୍ଦୀର ପରିଦର୍ଶନ କାର୍ଯ୍ୟକ୍ରମକୁ ମୂଖ୍ୟ ଭାବରେ ପରିଚାଳନା କରିଥିଲେ।

Post a Comment

أحدث أقدم
Header ADS