Header ADS

ସିନ୍ଦୁରଗୌରା ମନ୍ଦିର ରୁ ଚୋରି, ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା।

ସିନ୍ଦୁରଗୌରା ମନ୍ଦିର ରୁ ଚୋରି,

ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା।



ନୀଳଗିରି,୩/୧୧(ଓଡ଼ିଶା ଆଦର୍ଶ):କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ବିଭିନ୍ନ ମନ୍ଦିର ଦେବା ଦେବୀ ମନ୍ଦିର ସମେତ ବିଭିନ୍ନ ଘରୁ ଚୋରି ହେଉଥିବା ବେଳେ କିଛି ଦିନ ପୂର୍ବରୁ ନୀଳଗିରି ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ ବଙ୍ଗୀୟ ଫେରିବାଲାକୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବଙ୍ଗୀୟ ଫେରିବାଲା ନୀଳଗିରିର ବିଭିନ୍ନ ଅଞ୍ଚଳରେ ପ୍ରାଦୁର୍ଭାବ ବଢ଼ାଇ ଚାଲିଥିବା ବେଳେ ଗତ ରବିବାର ଦିନ ମିତ୍ରପୁର ଉଦଳା ରାସ୍ତାରେ ସିନ୍ଦୂରଗୈରା ଛକ ନିକଟରେ ଥିବା ମାଆ ସିନ୍ଦୁରଗୌରାଙ୍କ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ପାଖାପାଖି ସାତରୁ ଆଠ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିବା ଜଣା ପଡ଼ିଛି। ଏପରିକି ମାଆଙ୍କ ମୁଖାକୁ ମଧ୍ୟ ତାଡି ନେଇ ଯାଇଥିବାର ଦେଖିବାକୁ ମିଳିଛି। ସକାଳେ ବ୍ରାହ୍ମଣ ଆସି ଦେଖେ ତ ତାଲା ଭଙ୍ଗା ଯାଇଥିବା ବେଳେ ସମସ୍ତ ସୁନା ଅଳଙ୍କାର ଚୋରି ହୋଇଥିବାର ଦେଖି ଗ୍ରାମ ଲୋକଙ୍କୁ ଖବର ଦେଇଥିଲେ। ଏନେଇ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ପାଞ୍ଚ ଜଣ ମୁର୍ଶିଦାବାଦ ଅଞ୍ଚଳର ଫେରିବାଲାଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି।

Post a Comment

أحدث أقدم
Header ADS