ସାନ୍ତାଳ ବ୍ରୋଦର୍ସ ସ୍ପୋଟିଂ କ୍ଲବ୍ ପକ୍ଷରୁ ୨୮ତମ ତିନି ଦିବସୀୟ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ।
ଖନ୍ତାପଡା ରକେଟ ଇଲେଭେନ୍ ଏଫ୍ ସି ଚମ୍ପିୟାନ।
ନୀଳଗିରି,୮/୧୧(ଓଡ଼ିଶା ଆଦର୍ଶ): ନୀଳଗିରି ତେଲିପାଳ ପଞ୍ଚାୟତରେ ଥିବା ସାନ୍ତାଳ ବ୍ରୋଦର୍ସ ସ୍ପୋଟିଂ କ୍ଲବ୍ ପକ୍ଷରୁ ଆୟୋଜିତ ୨୮ତମ ତିନି ଦିବସୀୟ ଫୁଟବଲ ମ୍ୟାଚ୍ ର ଫାଇନାଲ ମ୍ୟାଚ୍ ଖନ୍ତାପଡାର ରକେଟ ଇଲେଭେନ୍ ଏଫ୍ ସି ଏଵଂ ମୟୂରଭଞ୍ଜ ର ପଶୁଦା ଏଫ୍ ସି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ ରେ ଖନ୍ତାପଡା ଚମ୍ପିୟାନ ହୋଇଅଛି। ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି, ମୁଖ୍ୟ ବକ୍ତା ଭାବେ ନିଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ନିଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝି, ତେଲିପାଳ ସରପଞ୍ଚ ବାହାମଣୀ ମାର୍ଣ୍ଡି, ଆରବନ୍ଦ ସରପଞ୍ଚ କୁଳମଣି ନାୟକ, ଗଙ୍ଗାଧର ମିଶ୍ର, ମାନ ମୁର୍ମୁ, ମଦନ ମୋହନ ମାଝି, ବିଦ୍ୟାଧର ଦଳାଇ, ଶ୍ରୀନିବାସ ବାଗ ପ୍ରମୁଖ ଉପସ୍ଥିତ ଥିଲେ ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ।



إرسال تعليق