Header ADS

ଆଉ ହେବନି ନୀଳଗିରି ସବ୍ ଜେଲ ସ୍ଥାନାନ୍ତର; ବିଧାୟକଙ୍କୁ ଚିଠି ଲେଖିଲା ଗୃହବିଭାଗ

 ଆଉ ହେବନି ନୀଳଗିରି ସବ୍ ଜେଲ ସ୍ଥାନାନ୍ତର; 

ବିଧାୟକଙ୍କୁ ଚିଠି ଲେଖିଲା ଗୃହବିଭାଗ



ନୀଳଗିରି,୧୫/୧୦(ଓଡ଼ିଶା ଆଦର୍ଶ): ରାଜାଶାସନ ସମୟରୁ ନିର୍ମାଣ ହୋଇଥ‌ିବା ନୀଳଗିରି ସବ୍ ଜେଲଟି ବାଲେଶ୍ବର ଜେଲ ସହ ମିଶ୍ରଣ ହେବା ନେଇ ଯେଉଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା; ତାହା ଉପରେ ସରକାରୀସ୍ତରରେ ପୁନଃବିଚାର କରାଯାଇଛି। ଏହି ସବ୍ ଜେଲକୁ ଆଉ ସ୍ଥାନାନ୍ତର କରାଯିବନି ବୋଲି ଆଜି ଗୃହବିଭାଗ ପକ୍ଷରୁ ନିର୍ଦ୍ଦେଶ ପତ୍ରସଂଖ୍ୟା ୪୨୬୮୯ ମୂଳେ ସଚିବ ପ୍ରଦ୍ୟୁମ୍ନ ଦାଶ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କୁ ପତ୍ର ଯୋଗେ ଅବଗତ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସ୍ଥାନାନ୍ତର ପ୍ରକ୍ରିୟାକୁ ସରକାରଙ୍କ ପକ୍ଷରୁ ସ୍ଥଗିତ ରଖାଗଲା ବୋଲି ଉଲ୍ଲେଖ କରାଯାଇଛି। ସୂଚନା ଯେ, ନୀଳଗିରି ସବ୍ ଜେଲଟି ବାଲେଶ୍ବର ସହ ମିଶ୍ରଣ ହେବା ନେଇ ନିର୍ଦ୍ଦେଶ ଆସିବା ପରେ ସ୍ଥାନୀୟ ଆଇନଜୀବୀ ମାନେ ଆନ୍ଦୋଳନ କରିଥିଲେ। ଏ ବାବଦରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଗୃହ ବିଭାଗରୁ ଏହି ଚିଠି ଆସିବା ପରେ ନୀଳଗିରିର ଆଇନଜୀବୀ ବିଧାୟକ ସନ୍ତୋଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ଏହି ଚିଠିର ଏକ ନକଲ ନୀଳଗିରି ଆଇନଜୀବୀ ସଂଘ ଦେବେନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ଗୃହ ବିଭାଗ ପଠାଇଥବା ଜଣାଯାଇଛି ।

Post a Comment

أحدث أقدم
Header ADS