୪୦-ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କମିଟିବୈଠକ ଅନୁଷ୍ଠିତ
ନୀଳଗିରି,୧୬/୧୦(ଓଡ଼ିଶା ଆଦର୍ଶ):ଅଦ୍ୟ ଦିବା ଘ.୧୦ଟୀକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ୪୦- ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆଙ୍କ ସମେତ ସମସ୍ତ ଅତିଥି ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ନିକଟରେ ଧୂପ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ନୀଳଗିରି ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା ମଞ୍ଚାସିନ ଅତିଥି ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ,ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲା ପରିଷଦ)ବାଲେଶ୍ଵର ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ,ସ୍ଥାନୀୟ ଉପଜିଲ୍ଲାପାଳ ଡ଼.ମଧୁସ୍ମିତା ସାମନ୍ତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଔପଦା ଅଧ୍ୟକ୍ଷା ସୁଶ୍ରୀ ବି. ସି ବିପ୍ସା, ବାହାନଗା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ଵନାଥ ମିଶ୍ର,ତହସିଲଦାର ଶ୍ରୀମତୀ ସୋନମ୍ ଦାସ,ବାହାନଗା ବି.ଡି.ଓ ଶ୍ରୀମତୀ ଶୁଭଶ୍ରୀ ଟୁଡୁ, ନୀଳଗିରି ଏନ୍. ଏ.ସି . ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଗତିକୃଷ୍ଣ ନନ୍ଦ ପ୍ରମୁଖ ଅତିଥି ମାନଙ୍କ ପରିଚୟ ସ୍ଵାଗତ ସମ୍ବର୍ଧନା ଜଣାଇବା ପରେ ଉପଜିଲ୍ଲାପାଳ ଡ଼. ମଧୁସ୍ମିତା ସାମନ୍ତରାୟଙ୍କ ଆବାହକତ୍ୱରେ ବିବରଣୀନୂଯାୟୀ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୀଳଗିରି, ଔପଦା,ବାହାନଗା ୩ଗୋଟି ବ୍ଲକର ୪୧ ଗୋଟି ପଞ୍ଚାୟତରେ ସରକାର ଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଥିଲେ।ଏଥିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଖଟୁଆ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଶିକ୍ଷା ,ସ୍ୱାସ୍ଥ୍ୟ,କୃଷି,ଉଦ୍ୟାନ, ସାମାଜିକ ସୁରକ୍ଷା ଯୋଜନା, ଖାଉଟି କଲ୍ୟାଣ ଯୋଜନା, ମହିଳା ଓ ଶିଶୁ ବିକାଶ ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ,ଗ୍ରାମ୍ୟ ଉନ୍ନୟନ , ଜଙ୍ଗଲ ଓ ପରିବେଶ , ଆଦିବାସୀ ଉନ୍ନୟନ ସଂସ୍ଥା, ରାସ୍ତା ଓ ଗୃହନିର୍ମାଣ , କ୍ଷୁଦ୍ର ଜଳ ସେଚନ ,ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ, ସାମାଜିକ ସଶକ୍ତି କରଣ, କେନାଲ ସମେତ ଲଘୁ ଖଣିଜ ସଂପଦ କ୍ଷେତ୍ରରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ସାଧାରଣ ଜନତା ସୁବିଧା ସୁଯୋଗ ଓ ସୁଫଳ ପାଇବା ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିବା ସହିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ ପଞ୍ଚାୟତ ସମିତି ମାନଙ୍କରେ କାର୍ଯ୍ୟକାରି ହେଉଥିବା ପ୍ରକଳ୍ପ ଓ ଯୋଜନା ଗୁଡ଼ିକର ସଫଳ ରୂପାୟନ ନିମନ୍ତେ ବିଭାଗୀୟ ପଦାଧିକାରୀ ମାନଙ୍କୁ ପରାମର୍ଶ ଓ ନିର୍ଦେଶ ଦେଇଥିଲେ।ଏହି ସମୀକ୍ଷା ବୈଠକ ପରେ ପରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଖଟୁଆ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ୩ ଜଣ ଭିନ୍ନ କ୍ଷମ ହିତାଧିକାରୀଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ।ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା ବୈଠକରେ ଉଭୟ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।




إرسال تعليق