Header ADS

ତେନ୍ତୁଳିଆ ଠାରେ ରାବଣପୋଡ଼ି ଉତ୍ସବ ଧୂମଧାମ ରେ ପାଳିତ।

 ତେନ୍ତୁଳିଆ ଠାରେ ରାବଣପୋଡ଼ି ଉତ୍ସବ ଧୂମଧାମ ରେ ପାଳିତ।



ନୀଳଗିରି,୧୫/୧୦(ଓଡ଼ିଶା ଆଦର୍ଶ); ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତି ତଥା ବଣସୀମା ଅଞ୍ଚଳର ପ୍ରତିଷ୍ଠିତ ଗାଁ ତେନ୍ତୁଳିଆ ଠାରେ ଦୁର୍ଗାପୂଜା ଉପଲକ୍ଷେ ରାବଣପୋଡି ଉତ୍ସବ ମହାଆଡ଼ମ୍ବରରେ ରବିବାର ଏକ ଭବ୍ୟ ପରିବେଶରେ ରଙ୍ଗୀନ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଶାରଦୀୟ ଦୁର୍ଗାପୂଜାର ଦଶହରା ଅବସରରେ ଅନୁଷ୍ଠିତ ହେବାକୁଥିବା ରାବଣପୋଡ଼ି କାର୍ଯ୍ୟକ୍ରମକୁ ଲଗାଣବର୍ଷା ପାଇଁ ସାମୟିକ ସ୍ଥଗିତ ରଖାଯାଇଥିଲା।

ଚଳିତବର୍ଷ ୧୭ତମ ରାବଣପୋଡ଼ି ଉତ୍ସବ ରବିବାର ବେଶ ଧୁମଧାମରେ ପାଳିତ ହୋଇଥିବା ବେଳେ ଉତ୍ସବର 

ମୁଖ୍ୟଉଦ୍ୟକ୍ତା ତଥା ଇଡକୋର ମହାପ୍ରବନ୍ଧକ ସରୋଜ କୁମାର ସେଠୀଙ୍କ ପୌରୋହିତ୍ୟରେ ଉକ୍ତ ଉତ୍ସବ ଅୟୋଜନ କରାଯାଇଥିଲା। ଯେତେବେଳେ ଧରାପୃଷ୍ଟରେ ଅନ୍ୟାୟ, ଅନୀତି, ଦୁରାଚାର ବୃଦ୍ଧିପାଇଛି ସେତେବେଳେ ଦୁଷ୍ଟନାଶନ ପାଇଁ ବିଭିନ୍ନ ରୂପରେ ଭଗବାନ ସ୍ୱୟଂ ଅବତାର ନେଇ ପାପୀ ଓ ପାପକୁ ବିଧ୍ୱଂସ କରିଛନ୍ତି। ତେବେ ଆଜିର ସମାଜରେ ଅଧର୍ମ, ଅସତ୍ୟ,ଅନ୍ୟାୟ, ଦୁର୍ନୀତିକୁ ପରିତ୍ୟାଗ କରି ଦୁର୍ନୀତିମୁକ୍ତ ସମାଜଗଠନ ପାଇଁ ପ୍ରତୀକାତ୍ମକ ରାବଣ ଦେହରେ ଅଗ୍ନି ସଂଯୋଗକରି ଅହଂ(ମୁଁ) କୁ ପରିତ୍ୟାଗ କରିବାକୁ ଶ୍ରୀଯୁକ୍ତ ସେଠୀ ଉପସ୍ଥିତ ଜନତାଙ୍କୁ ଏକ ଭାବଗର୍ଭକ ଅଭିଭାଷଣ ରଖିଥିଲେ।ଉକ୍ତ ରାବଣପୋଡି ସନ୍ଧ୍ୟାରେ ସ୍ଥାନୀୟ କୁନିକୁନି ପିଲାଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା I ତେନ୍ତୁଳିଆ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଦସ୍ୟ ରତିକାନ୍ତ ବେହେରା, ସୁବୋଧ କୁମାର ସେଠୀ, ସନ୍ତୋଷ କୁମାର ବେହେରା, ସୋମନାଥ ବେହେରା, ରାଜେନ୍ଦ୍ର ନାୟକ, ସୁଦର୍ଶନ ସେଠୀ, ହରେକୃଷ୍ଣ ସେଠୀ, ଶ୍ରୀହରି ବେହେରା,ନନ୍ଦକିଶୋର ଭଲୁକ 

ପ୍ରମୁଖ ସହଯୋଗ କରିଥିଲେ।ଯୁବଶିକ୍ଷାବିତ ରୂପକ କୁମାର ପସା ମଞ୍ଚ ପରିଚାଳନା କରିଥିବା ବେଳେ, ଶିକ୍ଷକ ପ୍ରଶାନ୍ତ କୁମାର ସିଂ, ରୂପକ ପସା ଏବଂ ସମାଜସେବୀ ଅକ୍ଷୟ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ପୁଥାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ପରେ ସରୋଜ ସେଠୀ ୬୦ଫୁଟ ଉଚ୍ଚତାର ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ। ରଙ୍ଗ ବେରଙ୍ଗ ଆତସବାଜି ସମସ୍ତଙ୍କୁ ଆକର୍ଷିତ କରିବା ସହିତ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଦର୍ଶକ ରାବଣପୋଡି ଉତ୍ସବକୁ ଉପଭୋଗ କରିଥିଲେ |


Post a Comment

أحدث أقدم
Header ADS