Header ADS

୫୭ ବର୍ଷରେ ପଦାର୍ପଣ କଲା ପୋଡ଼ଶୂଳର ମା ଶ୍ୟାମା କାଳୀ ପୂଜା

 ୫୭ ବର୍ଷରେ ପଦାର୍ପଣ କଲା ପୋଡ଼ଶୂଳର ମା ଶ୍ୟାମା କାଳୀ ପୂଜା



ନୀଳଗିରି,୧୫/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଳକ ଜଡିଦା ପଞ୍ଚାୟତ ତଥା ପୋଡ଼ାଶୂଳ ବଜାରରେ ପ୍ରସିଦ୍ଧ ଗଣପର୍ବ ମା ଶ୍ୟାମାକାଳୀ ଙ୍କ ପୂଜା ଚଳିତ ବର୍ଷ ୫୭ବର୍ଷରେ ପଦାର୍ପଣ କରିଛି ।

୧୯୬୮ମସିହାରେ ବହୁ ବାଧା ବିଘ୍ନ ଭିତରେ କାଳୀପୂଜା ପ୍ରଥମେ ୬ ଜଣ ଉଦ୍ୟକ୍ତା ଙ୍କୁ ନେଇ ମା ଙ୍କ ପୂଜା ଏକ ଅସ୍ଥାୟୀ ଟେଣ୍ଟ ଘର ତିଆରି କରାଯାଇ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୪ -୮୫ ମସିହାରେ ସେତେବେଳେ ନୀଳଗିରିର କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ହାତ ପାଣ୍ଠିରୁ ୧୦ ହଜାର, ୨୦୦୦ ମସିହାରେ ତତ୍କାଳୀନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ୨୦୧୪ ମସିହାରେ ତତ୍କାଳୀନ ବିଧାୟକ ସୁକାନ୍ତ ନାୟକଙ୍କ ଅନୁଦାନ ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ଅନୁଦାନରେ ମନ୍ଦିର ର୍ନିମାଣ କାର୍ଯ୍ୟ କରାଯାଇଥିଲା । ୨୦୨୫ ମସିହାରେ ୧୨ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସିଂଙ୍କ ୨ଲକ୍ଷ ଟଙ୍କା ହାତପାଣ୍ଠି ରୁ ଅନୁଦାନ ରାଶିରେ ଥଣ୍ଡା ପାନୀୟ ଜଳ ଯୋଗାଇଛନ୍ତି । ପୋଡାଶୁଳ କାଳୀପୂଜା କମିଟିରେ ଏବେ ୪୯୦ଜଣ ରୁ ଉର୍ଦ୍ଧ୍ବ ସଦସ୍ୟ ଥିବା ବେଳେ ମନୋରଞ୍ଜନ କମିଟିର ରେ ୨୦୦ ଜଣ ରୁ ଉର୍ଦ୍ଧ୍ବ ସଦସ୍ୟ ଅଛନ୍ତି । ମାଙ୍କ ପୂଜା ଆରମ୍ଭ କରିଥିବା ୬ ମୁଖ୍ୟ ଉଦେକ୍ତାଙ୍କ ମଧ୍ୟ ରୁ ୫ଜଣ ଙ୍କ ସ୍ୱର୍ଗବାସ ହୋଇସାରିଥିବା ବେଳେ କେବଳ ପ୍ରତାପ ଚନ୍ଦ୍ର ପତି ଜୀବିତ ଥିବା ନେଇ ସୂଚନା ରହିଛି।

ପ୍ରତିବର୍ଷ କାଳୀ ପୂଜାରେ ୧୫ ଦିନ ଧରି ଯାନିଯାତ୍ରା, ଝୁଲଣ, ସର୍କସ,, ଯାତ୍ରା ପାର୍ଟି ପଡୁଥ‌ିବା ବେଳେ ସିଆଡ଼ିମାଳ, ଜଦିଡା, ଜାମୁଡିହା, ବାଉଁସନାଳ , ଜାମୁଡ଼ିହି, ଯୋକଲଣ୍ଡା, ମଲ୍ୟାଣି, ସଜାନଗଡ ସମେତ ଆଖପାଖ ପଞ୍ଚାୟତ ଏବଂ ନୀଳଗିରି ଏନଏସି, ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଦର୍ଶକ ଏଠାରେ ରୁଣ୍ଡ ହୋଇଥିବାରୁ ଏହା ଗଣ ପର୍ବର ରୂପ ନେଇଥାଏ।

ଏତଦ୍ ଭିନ୍ନ ପୂଜା କମିଟି ସହିତ ମନୋରଞ୍ଜନ ପାଇଁଏକ ସ୍ୱତନ୍ତ୍ର କମିଟି ମଧ୍ୟ ରହିଛି । ମନୋରଞ୍ଜନ କମିଟିରେ ୨୦୫ ଜଣ ସଦସ୍ୟ ଥୁଥିବା ବେଳେ ସଭାପତି କୈଳାଶ

ଚନ୍ଦ୍ର ମହାନ୍ତି, ସମ୍ପାଦକ ସନ୍ତୋଷ କୁମାର ସ୍ୱାଇଁ କାର୍ଯ୍ୟ ସମ୍ପାଦିତ କରିଥାଆନ୍ତି। କୁଞ୍ଜ ଏବଂ ବିଦ୍ୟୁତ ଚାଳିତ ବିଭିନ୍ନ ପ୍ରକାରର ପଶୁ ଜନ୍ତୁଙ୍କ କାର୍ଟୁନ ପ୍ରଦର୍ଶନ କରାଯାଇଥାଏ । ଚଳିତ ବର୍ଷ ସୁଦୂର କାଳୀପୂଜାରେ କଲିକତାର ପ୍ରଦୀପ ଧନ୍ଦାଙ୍କ ନେତୃତ୍ୱରେ ୧୫ ଜଣ ମିସ୍ତ୍ରୀ ୨ ମାସ ପୂର୍ବରୁ ଆସି କୁଞ୍ଜ ତିଆରି ଲାଗିପଡିଛନ୍ତି । ଚଳିତ ବର୍ଷ କମିଟି ପକ୍ଷରୁ ସୀତା ସଂୟମ୍ବର, ଶବର ବଂଶ ଉଦ୍ଧାର, ସ୍ଵର୍ଗରୁ ଆସୁଛନ୍ତି ଗଙ୍ଗା, ଯମ ଦଣ୍ଡ, ଭୂତ କୋଠି କୁଞ୍ଜ ଲୋକଙ୍କ ମନ କିଣିବ ବୋଲି କମିଟି ଆଶା ରଖିଛି । ମନ୍ଦିର ମୁଖ୍ୟପୂଜକ ବାପି ନନା ଓରଫ ରାମକୃଷ୍ଣ ପଣ୍ଡାଙ୍କ ସହ ୫ଜଣ ସହଯୋଗୀଙ୍କ ସହ ଯୋଗରେ ମାଙ୍କ ପୂଜାର୍ଚନା କରିଥାନ୍ତି । ସେହିପରି କାଳୀପୂଜା କମିଟିର ସଭାପତି ଭାସ୍କର ମିଶ୍ର, ସମ୍ପାଦକ ବିନୋଦ ମହାନ୍ତି, କୋଷାଧ୍ୟକ୍ଷ ଜୟକୃଷ୍ଣ ମହାକୁଡ଼ ରହିଛନ୍ତି। ଆସନ୍ତା ୨୦ ତାରିଖରୁ ମାଙ୍କ ପୂଜା ଆରମ୍ଭ ହୋଇ ନଭେମ୍ବର ମାସ ୩ ତାରିଖରେ ଶେଷ ଥିବାର ଅଛି । ଦୀର୍ଘ ୧୫ ଦିନ ବ୍ୟାପି କମିଟି ପକ୍ଷରୁ ଅନ୍ନ ଛତ୍ର ବ୍ୟବସ୍ଥା କରାଯିବ, ଚଳିତ ବର୍ଷ ୨୮, ୨୯, ୩୦ ତିନି ଦିନ ଧରି ଯାଜ୍ଞସେନି ଅପେରା ପାର୍ଟି ଚହଳ ସୃଷ୍ଟି କରିବ ବୋଲି କାଳୀ ପୂଜା କମିଟିର ସମ୍ପାଦକ ଶ୍ରୀଯୁକ୍ତ ମହାନ୍ତି ପ୍ରକାଶ କରିଛନ୍ତି ।

Post a Comment

أحدث أقدم
Header ADS