ତେନ୍ତୁଳିଆ ଠାରେ ରାବଣପୋଡ଼ି ଉତ୍ସବ ଧୂମଧାମ ରେ ପାଳିତ।
ଚଳିତବର୍ଷ ୧୭ତମ ରାବଣପୋଡ଼ି ଉତ୍ସବ ରବିବାର ବେଶ ଧୁମଧାମରେ ପାଳିତ ହୋଇଥିବା ବେଳେ ଉତ୍ସବର
ମୁଖ୍ୟଉଦ୍ୟକ୍ତା ତଥା ଇଡକୋର ମହାପ୍ରବନ୍ଧକ ସରୋଜ କୁମାର ସେଠୀଙ୍କ ପୌରୋହିତ୍ୟରେ ଉକ୍ତ ଉତ୍ସବ ଅୟୋଜନ କରାଯାଇଥିଲା। ଯେତେବେଳେ ଧରାପୃଷ୍ଟରେ ଅନ୍ୟାୟ, ଅନୀତି, ଦୁରାଚାର ବୃଦ୍ଧିପାଇଛି ସେତେବେଳେ ଦୁଷ୍ଟନାଶନ ପାଇଁ ବିଭିନ୍ନ ରୂପରେ ଭଗବାନ ସ୍ୱୟଂ ଅବତାର ନେଇ ପାପୀ ଓ ପାପକୁ ବିଧ୍ୱଂସ କରିଛନ୍ତି। ତେବେ ଆଜିର ସମାଜରେ ଅଧର୍ମ, ଅସତ୍ୟ,ଅନ୍ୟାୟ, ଦୁର୍ନୀତିକୁ ପରିତ୍ୟାଗ କରି ଦୁର୍ନୀତିମୁକ୍ତ ସମାଜଗଠନ ପାଇଁ ପ୍ରତୀକାତ୍ମକ ରାବଣ ଦେହରେ ଅଗ୍ନି ସଂଯୋଗକରି ଅହଂ(ମୁଁ) କୁ ପରିତ୍ୟାଗ କରିବାକୁ ଶ୍ରୀଯୁକ୍ତ ସେଠୀ ଉପସ୍ଥିତ ଜନତାଙ୍କୁ ଏକ ଭାବଗର୍ଭକ ଅଭିଭାଷଣ ରଖିଥିଲେ।ଉକ୍ତ ରାବଣପୋଡି ସନ୍ଧ୍ୟାରେ ସ୍ଥାନୀୟ କୁନିକୁନି ପିଲାଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା I ତେନ୍ତୁଳିଆ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଦସ୍ୟ ରତିକାନ୍ତ ବେହେରା, ସୁବୋଧ କୁମାର ସେଠୀ, ସନ୍ତୋଷ କୁମାର ବେହେରା, ସୋମନାଥ ବେହେରା, ରାଜେନ୍ଦ୍ର ନାୟକ, ସୁଦର୍ଶନ ସେଠୀ, ହରେକୃଷ୍ଣ ସେଠୀ, ଶ୍ରୀହରି ବେହେରା,ନନ୍ଦକିଶୋର ଭଲୁକ
ପ୍ରମୁଖ ସହଯୋଗ କରିଥିଲେ।ଯୁବଶିକ୍ଷାବିତ ରୂପକ କୁମାର ପସା ମଞ୍ଚ ପରିଚାଳନା କରିଥିବା ବେଳେ, ଶିକ୍ଷକ ପ୍ରଶାନ୍ତ କୁମାର ସିଂ, ରୂପକ ପସା ଏବଂ ସମାଜସେବୀ ଅକ୍ଷୟ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ପୁଥାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ପରେ ସରୋଜ ସେଠୀ ୬୦ଫୁଟ ଉଚ୍ଚତାର ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ। ରଙ୍ଗ ବେରଙ୍ଗ ଆତସବାଜି ସମସ୍ତଙ୍କୁ ଆକର୍ଷିତ କରିବା ସହିତ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଦର୍ଶକ ରାବଣପୋଡି ଉତ୍ସବକୁ ଉପଭୋଗ କରିଥିଲେ |




Post a Comment