Header ADS

ନୀଳଗିରି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପୋଲିଓ ଦିବସ ପାଳିତ

 ନୀଳଗିରି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପୋଲିଓ ଦିବସ ପାଳିତ:


ନୀଳଗିରି,୧୪/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସ।ଧିକାରି ଡ:ସତ୍ୟ ନାରାୟଣ ନାୟକ ସମେତ ଅନ୍ୟାନ୍ୟ ଚିକିତ୍ସା ଅଧିକାରୀ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଶିଶୁ ମାନଙ୍କୁ ପୋଲିଓ ଖୁଆଯାଇଥିଲ।ଏହି କାର୍ଯ୍ୟକ୍ରମକୁ ନୀଳଗିରି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ।ଏହି ପୋଲିଓ ଦିବସ ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହୋଇ ଅଦ୍ୟ ୧୪ତାରିଖ ଶେଷ ଦିନ ଶୁଦ୍ଧ ନୀଳଗିରି ଏନ. ଏ.ସି.ଅନ୍ତର୍ଗତ ସମସ୍ତ ୱାର୍ଡରୁ ମୋଟ ୧୪୦୨ ଶିଶୁଙ୍କୁ ଦୁଇ ବୁନ୍ଦା ଲେଖାଏଁ ପୋଲିଓ ଖୁଆ ଯାଇଅଛି।ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଂଯୁକ୍ତ ପାତ୍ର ସାବିତ୍ରୀ ମହାଳିକ,ପ୍ରହଲ୍ଲାଦ ଚନ୍ଦ୍ର ଗିରି, ଲୀଳାମୟୀ ଖିଲାର ପ୍ରମୁଖ ସହଯୋଗ କରିଥିଲେ।


Post a Comment

Previous Post Next Post
Header ADS