ଦୁଇଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
ନୀଳଗିରି,୬/୯(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ଅଧିନ ଧିରଘୁଟ ଖେଳପଡିଆ ଠାରେ ମୁର୍ମୁ ହାଁସଦା କ୍ଳବ୍ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଦୁଇଦିବସୀୟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଶନିବାର ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ ବ୍ଲକଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ମୁଖ୍ୟଅତିଥି , ବାଲେଶ୍ୱରର ପୂର୍ବତନ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ଚେୟାରମେନ୍ ମଦନ ମୋହନ ମାଝୀ ମୁଖ୍ୟବକ୍ତା, ସମାଜସେବୀ ବିଶ୍ବମ୍ବର ପରିଡା ଏବଂ ସୁନାମ କୁମାର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳିମାନଙ୍କ ସହିତ କରମର୍ଦ୍ଦନ ପୂର୍ବକ ଅନ୍ତିମ ଖେଳଆରମ୍ଭ କରିଥିଲେ। ହଜାରହଜାର ଦର୍ଶକଙ୍କ ଉପସ୍ଥିତିରେ ଏହି ମନମୁଗ୍ଧକର ଖେଳରେ ମୟୂରଭଞ୍ଜର ମୁର୍ମୁ ଗେଣ୍ଠା ଦଳ ଚମ୍ପିୟାନ ହୋଇ ୩୦ହଜାର ଟଙ୍କା ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ବିର୍ସା ମୁଣ୍ଡା ଦଳ ଉପବିଜେତା ହୋଇ ୨୦ହଜାର ଟଙ୍କା ପୁରସ୍କାର ଲାଭ କରିଥିଲା। ମୁର୍ମୁ ହାଁସଦା କ୍ଲବର ସଭାପତି ଦୁଲା ମାଝୀ, ସମ୍ପାଦକ ରାମ ମାଝୀଙ୍କ ଆୟୋଜନର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରତନ ସ୍ୱାଇଁ, ଗଞ୍ଜାମ ସନ୍ତୋଷ ବାବୁ, ଦିଲ୍ଲୀପ ପ୍ରଧାନ, ଗୋପାଳ ହେମ୍ବ୍ରମ ଖେଳପରିଚାଳନା କରିଥିଲେ। ଭାଷ୍ୟକାରର ଦାୟିତ୍ବ ତୁଲାଇଥିଲେ ବୃଷଭାନୁ ମହାପାତ୍ର, ଜ୍ଞାନରଞ୍ଜନ ହାଁସଦା।
Post a Comment