Header ADS

ଏକଦିବସୀୟ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାପ୍ରତିଯୋଗିତା ୨୦୨୫ - ୨୬ ଅନୁଷ୍ଠିତ।

 ଏକଦିବସୀୟ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାପ୍ରତିଯୋଗିତା ୨୦୨୫ - ୨୬ ଅନୁଷ୍ଠିତ।



ନୀଳଗିରି,୬/୯(ଓଡ଼ିଶା ଆଦର୍ଶ):ନୀଳଗିରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦ୍ଵାରା ଆୟୋଜିତ ଏକଦିବସୀୟ ମଣ୍ଡଳସ୍ତରୀୟ (୨ନଂ ଜୋନ) ବିଦ୍ୟାଳୟସ୍ତରୀୟ କ୍ରୀଡାପ୍ରତିଯୋଗିତା ୬ତାରିଖ ଶନିବାର ସରକାରୀ ତଫସିଲଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତେଲିପାଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ନେପାଳ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତେଲିପାଳ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଶୁଭାଉଦ୍ଘାଟନ କରିଥିଲେ। ଦିବସବ୍ୟାପୀ କାର୍ଯ୍ୟକ୍ରମରେ ୫ଟି କ୍ଲଷ୍ଟରରୁ ଆସିଥିବା ୧୫୦ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ାପ୍ରତିଯୋଗିତା ଯଥା:- କବାଡି, ଖୋଖୋ, ବ୍ୟାଡମିଣ୍ଟନ, ଫୁଟବଲ, ଭଲିବଲ୍ ଆଦି ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ଏହି ପ୍ରତିଯୋଗିତାକୁ ଭିନ୍ନଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ାଶିକ୍ଷକ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏଥିରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ କ୍ରୀଡାପ୍ରତିଭା ଆଗାମୀ ୯ତାରିଖ ଜାମୁଡ଼ିହା ସ୍ଥିତ ଓଡ଼ିଶା ଆଦର୍ଶବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା ବ୍ଲକସ୍ତରୀୟ କ୍ରୀଡାପ୍ରତିଯୋଗିତା -୨ ୦୨୫ରେ ଅଂଶଗ୍ରହଣ କରି ନିଜର ପ୍ରତିଭାର ପରିଚୟ ଦେବେ। ଆଜିର ଏହି କାର୍ଯ୍ୟକ୍ରମରେ ରଘୁନାଥ ବୋର ,ପଦ୍ମଲୋଚନ ସିଂ, ଶ୍ରଦ୍ଧାଞ୍ଜଳି ମହାପାତ୍ର, ନିବେଦିତା ପ୍ରତିହାରୀ, ମମତା ପୁଥାଳ, ଗଙ୍ଗାଧର ସିଂ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ ତେଲିପାଳ ଏସଏସଡିର ବିଜ୍ଞାନଶିକ୍ଷକ ରମାକାନ୍ତ ବେହେରା ମଞ୍ଚପରିଚାଳନାର ଦାୟିତ୍ବ ନିର୍ବାହ କରିଥିଲେ।

Post a Comment

Previous Post Next Post
Header ADS