Header ADS

ନୀଳଗିରି ଠାରେ ନୂତନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଓ ସେସନ୍ କୋର୍ଟ ଭର୍ଚୁଆଲ ମୋଡରେ ଉଦଘାଟିତ

 ନୀଳଗିରି ଠାରେ ନୂତନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଓ ସେସନ୍ କୋର୍ଟ ଭର୍ଚୁଆଲ ମୋଡରେ ଉଦଘାଟିତ


ନୀଳଗିରି,୨/୯(ଓଡ଼ିଶା ଆଦର୍ଶ): ଆଜି ଦିବା ଘ.୯.୪୫ମି. ସମୟରେ ନୀଳଗିରି ଅଦାଲତ ପରିସରରେ ନୂତନ ଭାବେ କାର୍ଯ୍ୟକ୍ଷମ ହେବାକୁ ଥିବା ନୂତନ ଅତିରିକ୍ତ ଜିଲ୍ଲା ଦୌର। ଜଜ୍ ଓ ସେସନ୍ କୋର୍ଟକୁ ଉଚ୍ଚ ନ୍ୟାୟାଳୟ,କଟକ ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ହରିଶ ଟଣ୍ଡନ ଭର୍ଚୁଆଲ ମୋଡରେ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟ, କଟକ ବିଚାରପତି ଶ୍ରୀଯୁକ୍ତ ଅଶାନ୍ତ ପଟ୍ଟନାୟକ,ରେଜିଷ୍ଟ୍ରାର ଓ ପୋର୍ଟ ଫୋଲିଓ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ କେ. ଆର.ମହାପାତ୍ର ସମେତ ଅନ୍ୟାନ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଉପସ୍ଥିତ ଥିଲେ। ନୀଳଗିରି ଉପଖଣ୍ଡର ଜନ ସାଧାରଣଙ୍କ ବହୁ ଦିନର ସ୍ବପ୍ନ ଆଶା ପୂରଣ ହୋଇ ପାରିଥିବାରୁ ଏ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। 


ଏହି ନୂତନ ଏ. ଡି. ଜେ ଖୋଲା ଯିବା ପରେ ନୀଳଗିରିର ଦୁଇ ଆଇନଜିବୀ ସଂଘ ଲୋକଙ୍କୁ ଉଚିତ୍ ନ୍ୟାୟ କୋର୍ଟ ଜରୀଆରେ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ନୀଳଗିରି ଅଦାଲତ ପରିସରରେ ଭର୍ଚୁଆଲ ମୋଡରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମାନ୍ୟବର ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର ବାଲେଶ୍ଵର କୋର୍ଟର ରେଜିଷ୍ଟର ବର୍ତ୍ତମାନ ନୀଳଗିରି ଅତିରିକ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀମତୀ ଶ୍ରତାସ୍ଵିନି କର, ନୀଳଗିରି ସବ୍- ଜଜ୍ (ବିଚାରପତି)ଶ୍ରୀମତୀ ସୁନନ୍ଦା ପ୍ରଧାନ, ଏସ. ଡି. ଜେ.ଏମ.(ବିଚାରପତି) ଶ୍ରୀମତୀ ମୋନାଲିସା ପଣ୍ଡା, ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ନୀଳଗିରିର ଦୁଇ ପ୍ରମୁଖ ଆଇନଜିବୀ ସଂଘର ସଭାପତି,ସମ୍ପାଦକ, ସମସ୍ତ ଆଇନ ଜିବୀ,ଅଦାଲତ କର୍ମକର୍ତ୍ତା,ବୁଦ୍ଧିଜୀବୀ, ସାଧାରଣ ଜନତା ଉପସ୍ଥିତ ଥିଲେ ,ସମସ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁଚାରୁ ରୁପେ ସଂପନ୍ନ ହୋଇଯାଇଛି।

Post a Comment

Previous Post Next Post
Header ADS