Header ADS

ସିପିଆଇ (ଏମ) ପ୍ରଥମ ରାଜ୍ୟ ସମ୍ପାଦକ କମ୍ରେଡ ବନମାଳି ଦାସ ଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ

 ସିପିଆଇ (ଏମ) ପ୍ରଥମ ରାଜ୍ୟ ସମ୍ପାଦକ କମ୍ରେଡ ବନମାଳି ଦାସ ଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ



ନୀଳଗିରି,୨୯/୮(ଓଡ଼ିଶା ଆଦର୍ଶ):ଆଜି ପୂର୍ବାହ୍ନ ରେ ନୀଳଗିରି କଲ୍ୟାଣ ମଣ୍ଡପ ପରିସର ରେ,ସିପିଆଇ (ଏମ) ପ୍ରଥମ ରାଜ୍ୟ ସମ୍ପାଦକ କମ୍ରେଡ ବନମାଳି ଦାସ ଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଓ ଆଲୋଚନା ଚକ୍ର ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି।ଏଥି ନିମନ୍ତେ ଆୟୋଜିତ ସଭା ରେ ସ୍ମୃତି କମିଟି ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା ସଭାପତିତ୍ବ କରି ନିଜ ଅଭିଭାଷଣ ରେ କହିଥିଲେ ସ୍ୱର୍ଗତଃ ବନମାଳୀ ଦାସ ନୀଳଗିରି ତଥା ବାଲେଶ୍ବର ମାଟି ର ଜଣେ କ୍ରାନ୍ତି ପୁରୁଷ ଥିଲେ।ଛାତ୍ର ଜୀବନ ରୁ ତାଙ୍କର ଉଦ୍ଦାମତା,ପ୍ରଖର ବୁଦ୍ଧିମତ୍ତା ଓ ତତ୍କାଳୀନ ପରାଧୀନ ଭାରତ ବର୍ଷ ଓ ରଜା ସାଶିତ ନୀଳଗିରି ଗଡଜାତ ରାଜ୍ୟର ସ୍ଵାଧୀନତା ର ସ୍ବପ୍ନ ଦେଖିବା ସହିତ ପ୍ରଥମ ବ୍ୟକ୍ତି ଯିଏକି ନୀଳଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଚଳ ର ନିରୀହ ଜନସାଧାରଣ ଙ୍କ ମନରେ ସ୍ଵାଧୀନନତା ଆନ୍ଦୋଳନ ର ବୀଜ ବପନ କରିଥିଲେ।ସେଥିପାଇଁ ଅନେକ ଦୁଃଖ ଯନ୍ତ୍ରଣା ଓ ରାଜା ତଥା ଇଂରେଜ ସରକାର ଙ୍କ କଠୋର ଅତ୍ୟାଚାର କୁ ହସି ହସି ବରଣ କରିନେଇଥିଲେ।


ତେବେ ଆଜିବି ଇତିହାସ କାର ମାନେ ତାଙ୍କୁ ଉଚିତ୍ ନ୍ୟାୟ ଦେଇ ନ ଥିବା ଆମେ ସମସ୍ତେ ଅନୁଭବ କରୁଁ।ଉତ୍ସବ ର ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ର ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ କାନ୍ତ ମିଶ୍ର ଯୋଗ ଦେଇ,ନିଜ ଅଭିଭାଷଣ ରେ କହିଥିଲେ କି,ସେ ଥିଲେ ଗରିବ, ଖଟିଖିଆ ଶ୍ରମିକ ମାନଙ୍କ ର ମଣିଷ। ଅତ୍ୟାଚାରୀ ଇଂରେଜ ସରକାର ତାଙ୍କୁ ଜେଲ ପଠାଇ ଥିଲେ।ଅକଥନୀୟ ଅତ୍ୟାଚାର କୁ ସେ ହସି ହସି ସହି ନେଇଥିଲେ।ଆଜିର ସମ୍ବିଧାନ ରେ ଯେଉଁ ସାର୍ବଭୌମ , ଗଣତାନ୍ତ୍ରିକ ବା ପ୍ରଜାତନ୍ତ୍ର ଶବ୍ଦ ରହିଛି ,ତାହା କେବଳ ଏହିଭଳି ମହାମନିଶୀ ମାନଙ୍କ ପାଇଁ ସମ୍ଭବ ହୋଇଛି।ତେବେ ବର୍ତମାନ ର କେନ୍ଦ୍ରରେ ବିଜେପି ଶାସିତ ସରକାର ରେ ତାର ମାନେ କିଛି ନାହିଁ।ଏଠାରେ ଗଣତନ୍ତ୍ର କୁ ହତ୍ୟା କରାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ଅନ୍ୟତମ ବକ୍ତା ତଥା ନୀଳଗିରି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା,ତାଙ୍କର ସ୍ୱଳ୍ପ ଓ ବୁଦ୍ଧିଦୀପ୍ତ ବକ୍ତବ୍ୟ ରେ କହିଥିଲେ,ଆଜିର ଯୁବ ସମାଜ,ଆଗାମୀ କାଲିର ଭବିଷ୍ୟତ ଜାଣିବା ଉଚିତ। ସ୍ଵାଧୀନ ଭାରତ ରେ,ପ୍ରଥମ ଗଡଜାତ ରାଜ୍ୟ ଭାବେ ନୀଳଗିରି ଗଡଜାତ ରାଜ୍ୟର ମିଶ୍ରଣ,ତତ୍କାଳୀନ ଭାରତ ର ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଚତୁରତା ଓ ବନମାଳୀ ଦାସ ଙ୍କ ଦୁର୍ବାର ପ୍ରଜା ଆନ୍ଦୋଳନ ପାଇଁ ସମ୍ଭବ ହୋଇଥିଲା।ଯାହା ଇତିହାସ ହୋଇଯାଇଛି।ହେଲେ ,ଏଭଳି ଘଟଣା ସମ୍ପର୍କ ରେ,ଆମ ପିଲାମାନଙ୍କୁ ଇତିହାସ ବହିରେ କୌଣସି ସୂଚନା ମିଳେ ନାହିଁ।ଯାହା ସବୁଠୁଁ ବଡ ବିଡମ୍ବନା ବୋଲି କୁହା ଯାଇ ପାରିବ।ସେଥି ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ବାସ୍ତବ ଗଣତନ୍ତ୍ର ପାଇଁ ଲଢେଇ କରିବା ସହିତ,ନିଜର ଆଂଚଳିକ ଇତିହାସ କୁ ଦିଗ ଦର୍ଶକ ଭାବେ ଗ୍ରହଣ କରିବାର ସମୟ ଉପନୀତ ହୋଇଛି।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ )ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ଯ ସନ୍ତୋଷ ଦାସ, ସିପିଆଇ (ଏମ) ବାଲେଶ୍ବର ଜିଲ୍ଲା ସମ୍ପାଦକ ଶିଶିର ହୁଇ, ସିପିଆଇ (ଏମ) ରାଜ୍ୟ କମିଟି ସଭ୍ଯ ସିତାଂଶୁ ସେନାପତି, ନିର୍ମଳ ନାୟକ, ବନମାଳୀ ଦାଶ ସ୍ମୃତି କମିଟି ର ଆବାହକ ଶ୍ରୀ ବିଜୟ କୁମାର ପାତ୍ର, ନୀଳଗିରି ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ, ବନମାଳୀ ଦାଶ ଙ୍କ କନ୍ୟା ଉର୍ମିବାଳା ଦାସ, ଧନ୍ୟବାଦ ଦେଇ ଥିବା ବେଳେ,ବିଜୟ କୁମାର ପାତ୍ର ମଞ୍ଚ ଆହ୍ବାନ କରିଥିଲେ। ଜିଲ୍ଲା କମିଟି ସଭ୍ଯ ସତ୍ୟଜିତ ଦାସ, ଲକ୍ଷ୍ମୀଧର ସାହୁ, ଶ୍ୟାମ ସିଂ, ଦିବାକର ବାରିକ, ଦୀପ୍ତିମାନ ଆଚାର୍ଯ୍ୟ, ପ୍ରେମାଞ୍ଜନ ପାତ୍ର, ଦିଲ୍ଲୀପ ଗିରି, ରାଜକିଶୋର ଲେଙ୍କା, ଇଶାନୀ ଷଡଙ୍ଗୀ, ରାଧା ଦାସ, ସୁରେଶ ନାୟକଙ୍କ ସମେତ ବହୁ ଆଇନଜିବୀ, ବୁଦ୍ଧିଜୀବୀ,ତଥା ତିନି ଶହ ରୁ ଉର୍ଦ୍ଧ୍ବ ବନମାଳୀ ପ୍ରେମୀ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS