ବ୍ୟବସ୍ଥାର ପୁନର୍ବିଚାର ସହିତ ସୁଧାର ପାଇଁ କ୍ଷୋଭପ୍ରକାଶ କଲେ କୃଷିବିଭାଗର ଅଧସ୍ତନ କର୍ମଚାରୀ।
ନୀଳଗିରି,୨୮/୮(ଓଡ଼ିଶା ଆଦର୍ଶ):ନୀଳଗିରି କୃଷିବିଭାଗ ଅଧୀନରେ କାର୍ଯ୍ୟରତ ଜଣେ ପଞ୍ଚାୟତ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ)ସରକାରଙ୍କ ବ୍ୟବସ୍ଥାକୁ ନେଇ ନିଜର କ୍ଷୋଭ ପ୍ରକାଶକରିବା ସହିତ ତତକ୍ଷଣାତ୍ ଏହାର ସୁଧାରର ଆବଶ୍ୟକତାକୁ ନେଇ ସରକାରଙ୍କ ଠାରେ ଦାବୀ ରଖିଛନ୍ତି। ନୀଳଗିରି ବ୍ଲକ ମାଟିଆଳି ପଞ୍ଚାୟତରେ କାର୍ଯ୍ୟରତ ଭିଏଡବ୍ଲ୍ୟୁ ଚିନ୍ତାମଣି ନାୟକ ଆଜି ନରଣପୁର ପଞ୍ଚାୟତ ବେଢ଼ାସାହି ଗ୍ରାମରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କ୍ଷୋଭ ପ୍ରକାଶକରି ସରକାରଙ୍କ ବିଧିବ୍ୟବସ୍ଥାକୁ ନାପସନ୍ଦ କରିବା ସହିତ ଏହାର ସମାଧାନର ବାଟ ବାହାର କରିବାକୁ ନିବେଦନ କରିଛନ୍ତି। ଉଚ୍ଚପଦସ୍ଥ ଅଧିକାରୀଙ୍କ ଚାପ, କୃଷିବିଭାଗ ବ୍ୟତୀତ ଅନ୍ୟାନ୍ୟ ବିଭାଗରେ ଅତିରିକ୍ତ ଦାୟିତ୍ବ ସମ୍ପନ୍ନ କରିବା ଫଳରେ ତୃଣମୂଳ ସ୍ତରରେ ଲୋକଙ୍କର ସମସ୍ୟା ସମାଧାନ କରିବା କଷ୍ଟକର ହୋଇପଡ଼ୁଥିବା ବେଳେ ଅସାଧୁ ଉପାୟରେ ନିଜର ଚାକିରି, ପିଲାଛୁଆଙ୍କ ଭବିଷ୍ୟତକୁ ନେଇ ହଁ ରେ ହଁ ମିଶାଇବା ଘଟଣାରେ ଭାରାକ୍ରାନ୍ତ ହୋଇ ଶେଷରେ ଏଭଳି ନିଷ୍ପତ୍ତି ନେଇଥିବା ଚିନ୍ତାମଣି କହିଛନ୍ତି। ମୁଖ୍ୟତଃ ଜଣେ କର୍ମଚାରୀଙ୍କୁ ଏକାଧିକ ପଞ୍ଚାୟତର ଚାପ, ସବସିଡି ବିଷକୁ ଚାଷୀଙ୍କୁ ବିକ୍ରି କରିବାର ବାଧ୍ୟବାଧକତା, ସରକାରୀ ବିହନର ଦୁରୁପଯୋଗ, ମାଟିପରୀକ୍ଷାରେ ଆଖିଦୃଶିଆ ଫଳ ନମିଳିବା ଡିଜିଟାଲ କ୍ରପ ସର୍ଭେରେ ବାହାର ଜିଲ୍ଲାର କର୍ମଚାରୀଙ୍କୁ ନିଯୁକ୍ତି ଦେଇ ସେମାନଙ୍କର ଭୁଲତ୍ରୁଟି ଦର୍ଶାଇବା ସ୍ଵତ୍ୟେ ସେମାନଙ୍କୁ ନେଇ କାର୍ଯ୍ୟକରିବାର ପ୍ରସ୍ତାବ ଲଦି ଦିଆଯିବା, ଯୋଜନା ପ୍ରସ୍ତୁତି ବେଳେ ତୃଣମୂଳ କର୍ମଚାରୀଙ୍କୁ ସାମିଲ କରିବା, ସହଯୋଗ ଭିତ୍ତିରେ କାର୍ଯ୍ୟକରିବା, ବାସ୍ତବତାକୁ ଅନୁଧ୍ୟାନ କରି ଯୋଜନାର ରୂପରେଖ ପ୍ରସ୍ତୁତି କରିବା ସହିତ ରାଜ୍ୟସରକାର ରେ ନିଯୁକ୍ତ ସମସ୍ତ କର୍ମଚାରୀ ବାବୁ ଆଖ୍ୟାନ ପରିତ୍ୟାଗ କରି ସେବକର ମନୋଭାବନା ନେଇ କାର୍ଯ୍ୟକଲେ ଯୋଜନାର ସଫଳ ରୂପାୟନ ହୋଇପରିବା ସହିତ ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ସାକାର ହେବା ସହ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡ଼ିଶାର ସ୍ବପ୍ନ ସାର୍ଥକ ହେବବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ବ୍ୟବସ୍ଥାର ପୁନର୍ବିଚାର ସହିତ ସୁଧାର ଆଣିବାକୁ ନିବେଦନ କରିଛନ୍ତି।
Post a Comment