Header ADS

ପୋଲିସ ପେଟ୍ରୋଲିଂ ବେଳେ ବାଇକ ଛାଡି ଚମ୍ପଟ ମାରିଲା ଅଭିଯୁକ୍ତ।

ପୋଲିସ ପେଟ୍ରୋଲିଂ ବେଳେ ବାଇକ ଛାଡି ଚମ୍ପଟ ମାରିଲା ଅଭିଯୁକ୍ତ।

ଦେଶୀ ବନ୍ଧୁକ ଓ ବାଇକ ଜବତ । 



ନୀଳଗିରି,୨୮/୮(ଓଡ଼ିଶା ଆଦର୍ଶ):ବୁଧବାର ରାତି ପ୍ରାୟ ୯ଘଟିକା ସମୟରେ ନୀଳଗିରି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ନୀଳଗିରି- ମିତ୍ରପୁର ରାସ୍ତାର କେନ୍ଦୁଖୁଣ୍ଟା ଛକ ନିକଟରେ ଜୈନିକ ବାଇକ ଆରୋହୀ ପୋଲିସକୁ ଦେଖି ଗାଡ଼ି ଛାଡ଼ି ପଳାଇ ଯାଇଥିଲା। ସନ୍ଦେହ ହେବାରୁ ପୋଲିସ ବାଇକ ପାଖକୁଯାଇ ଦେଖିବା ବେଳକୁ ବାଇକରେ ଟଙ୍ଗାଯାଇଥିବା ବ୍ୟାଗରୁ ଏକ ଦେଶୀ ଛେଡ଼ରା ବନ୍ଧୁକ ଥିବା ଦେଖିବାକୁ ପାଇଥିଲେ । ଓଡି-ଠ ୧ଭି ୭୬୬୭ ବିଶିଷ୍ଟ ହିରୋ କମ୍ପାନୀର ଏଚ ଏଫ ଡିଲକ୍ସ ବାଇକ ଓ ବନ୍ଧୁକକୁ ପୋଲିସ ଜବତକରି ଥାନାକୁ ଆଣିଥିଲା।ଗୁରୁବାର ସକାଳେ ଗାଡ଼ି ମାଲିକ ଧୋବାଶିଳା ଗ୍ରାମର ଭୀମ ସିଂକୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଥିବା ବେଳେ ସେ ଗାଡ଼ି ମୋ ନାମରେ ଅଛି ଏବଂ ମୋ ଶଳା ସେ ଗାଡିକୁ ମାଗିନେଇଥିଲା ଏବଂ ଉକ୍ତ ବନ୍ଧୁକ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି ଭୀମ ସିଂ ପୋଲିସକୁ କହିଛି। ଗାଡ଼ିଚାଳକ ଜଣକ ଭୀମ ସିଂ ଙ୍କ ଶଳା ହୋଇଥିବାବେଳେ ଅଭିଯୁକ୍ତ ଜଣକ ମାଟିଆଳି ଗ୍ରାମର ଶ୍ୱଶୁରଘରେ ରହୁଥିବା ଖବରପାଇ ପୋଲିସ ଆଜି ମାଟିଆଳି ଗ୍ରାମରେ ପହଞ୍ଚିବାବେଳକୁ ଅଭିଯୁକ୍ତ ଶଳା ତାଙ୍କ ଶ୍ୱଶୁର ଘରୁ ଖସିପଳାଇ ଯାଇଥିଲା।ଏନେଇ ନୀଳଗିରି ଥାନାରେ ୩୪୫ନଂ କେସ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।

Post a Comment

Previous Post Next Post
Header ADS