Header ADS

ନୀଳଗିରି କଂଗ୍ରେସର ସାଧାରଣ କର୍ମୀ ସମ୍ମିଳନୀ

 ନୀଳଗିରି କଂଗ୍ରେସର ସାଧାରଣ କର୍ମୀ ସମ୍ମିଳନୀ

ଯୋଗଦେଲେ ଏଆଇସିସି ପର୍ଯ୍ୟବେକ୍ଷକ ଶ୍ରେୟସ ଏମ୍ ପଟେଲ 



ନୀଳଗିରି,୬/୯(ଓଡ଼ିଶା ଆଦର୍ଶ):ଆଜି ପୂର୍ବାହ୍ନରେ ନୀଳଗିରି ଡାକ ବଙ୍ଗଳା ପରିସରରେ ସଂଗଠନ ସୃଜନ ଅଭିଯାନ କ୍ରମରେ ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଶ୍ରେୟସ୍ ଏମ୍ ପଟେଲ୍ ,ଏମ୍ ପି , ହସନ୍ କର୍ଣ୍ଣାଟକ ତଥା ଏ ଆଇ ସି ସି ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ । ତାଙ୍କ ସହିତ ରବୀନ୍ଦ୍ର ମଲ୍ଲିକ ପି ସି ସି ପର୍ଯ୍ୟବେକ୍ଷକ, ବିପ୍ଳବ ଚୌଧୁରୀ , ସୌମ୍ୟ ଗୋପାଲ ନାୟକ ପି ସି ସି ସହ ପର୍ଯ୍ୟବେକ୍ଷକ ଯୋଗ ଦେଇଥିବା ବେଳେ ବାଲେଶ୍ଵର କଂଗ୍ରେସ କମିଟିର ଉପସଭାପତି ଗୋପୀନାଥ ପାଢ଼ୀ ଉକ୍ତ କର୍ମୀ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସଙ୍ଗଠନ ସୃଜନ ଅଭିଯାନଟି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଚାଲୁ ରହିଛି। ଜିଲ୍ଲା ସଭାପତି ଚୟନ ପାଇଁ ନୀଳଗିରି ନିର୍ବାଚନ ମଣ୍ଡଳୀର ନୀଳଗିରି ବ୍ଲକ୍, ଓଉପଦା ବ୍ଲକ୍ , ବାହାନଗାର ପାଞ୍ଚଟି ପଞ୍ଚାୟତ ତଥା ନୀଳଗିରି ଏନ ଏ ସି ର ୧୩ ଟି ୱାର୍ଡର ନେତା ଓ କର୍ମୀ ଙ୍କ ସହିତ ଶ୍ରୀ ପଟେଲ୍ ଏକ ରୁଦ୍ଧ ଦ୍ଵାର ବୈଠକରେ ମତାମତ ବିନିମୟ କରିଥିଲେ। ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ତୃଣମୂଳ ସ୍ତରରୁ କର୍ମୀ ଓ ନେତାଙ୍କ ମତ ନେଇ ଜିଲ୍ଲା ସଭାପତି ସ୍ବଚ୍ଛ ଭାବେ ଚୟନ କରିବା ପାଇଁ, କେନ୍ଦ୍ରୀୟ ନେତ୍ରୁ ବର୍ଗଙ୍କୁ ଅବଗତ କରାଇବା । ତେବେ ଏହି ସମ୍ମିଳନୀ ରେ ନୀଳଗିରି ର ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସଦସ୍ୟ ସମରେନ୍ଦ୍ର ଦାସ , ସଦାଶିବ ରଥ ,ଦିପ୍ତିକାନ୍ତ ମହାପାତ୍ର , ଏବଂ ଯୁବନେତା ଙ୍କ ମଧ୍ୟରେ ଆଶିଷ ପଟ୍ଟନାୟକ , ସେବା ନିବୃତ ବି ଏସ ଏଫ୍ ଇନ୍ସପେକ୍ଟର ତଥା କଂଗ୍ରେସ ନେତା ଯୋଗେଶ୍ୱର ବେହେରା , ଇଂ ରଞ୍ଜନ ଦାସ , ବିଶ୍ଵନାଥ ଦାସ ,ତପନ ରାଉତ , ଗଦାଧର ପରିଡା , ଉପେନ୍ଦ୍ର ନାୟକ , ପ୍ରକାଶ ଚୌଧୁରୀ , ବିଜୟ ଗିରି , ନୟନ ଦାଶ , ରାଧେଶ୍ୟାମ ଦାସ , ପ୍ରଦୀପ ବେହେରା , ମନୋରଞ୍ଜନ ପଣ୍ଡା , ଶ୍ରୀଧର ବେହେରା, ଶୈଳନ୍ଦ୍ର ପଣ୍ଡା ପ୍ରମୁଖ ବହୁ ଯୁବନେତା ଏବଂ ସମସ୍ତ ପଞ୍ଚାୟତର ତୃଣମୂଳ ସ୍ତରର କର୍ମୀମାନେ ଯୋଗଦେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଙ୍କ ନିକଟରେ ନିଜ ନିଜର ସୁ ଚିନ୍ତିତ ମତାମତ ରଖିଥିଲେ।ଏଥିରେ

ଯୁବନେତା ଆଶିଷ ପଟ୍ଟନାୟକ ଆଗାମୀ ୨୦୨୯ ନିର୍ବାଚନ ରେ ନୀଳଗିରି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ ନିଶ୍ଚିତ ଭାବେ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।ଆଜି

ଠାରୁ ନୀଳଗିରି କଂଗ୍ରେସ କର୍ମୀ ଙ୍କ ମନ ରେ ,ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି।

Post a Comment

Previous Post Next Post
Header ADS