Header ADS

ନକଲି ସୁନା ଇଟା ଦେଇ ୧୬ଲକ୍ଷ ଠକେଇ ଘଟଣା ୩.୭୯ଲକ୍ଷ ଟଙ୍କା ଜବତ, ୫ଗିରଫ

 ନକଲି ସୁନା ଇଟା ଦେଇ ୧୬ଲକ୍ଷ ଠକେଇ ଘଟଣା

୩.୭୯ଲକ୍ଷ ଟଙ୍କା ଜବତ, ୫ଗିରଫ



ନୀଳଗିରି,୬/୯(ଓଡ଼ିଶା ଆଦର୍ଶ): ନୀଳଗିରି ଓ ବରହମପୁର ପୁଲିସକୁ ମିଳିଛି ବଡ଼ ସଫଳତା। ସୁନା ଇଟା ବଦଳରେ କପର ଇଟାକୁ ଦେଇ ୧୬ଲକ୍ଷ ଟଙ୍କା ଠକିବା ଘଟଣା ଉପରୁ ପରଦା ଉଠାଇଛି ବାଲେଶ୍ୱର ପୁଲିସ। ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୪ଜଣ କୁ ଗିରଫ କରିଛି ପୁଲିସ। ଗିରଫ ଠକ ମାନେ ହେଲେ ନୀଳଗିରି ବାଣପୁର ଗ୍ରାମର ବିଷ୍ଣୁ ମହାନ୍ତି (୬୦), ସାରୁପାଳ ଗ୍ରାମର ଆଶିଷ କୁମାର ସ୍ବାଇଁ (୨୦), ଧୋବଶିଳା ଗ୍ରାମର ନଳିନ ମହାନ୍ତି (୨୨), ଚାନ୍ଦିପୁର ଥାନା ଅଧିନ ରାଜେନ୍ଦ୍ର ଡାକୁଆ (୫୦) ଓ କଟକ ସାଲେପୁର ଥାନା ଜୁଳିକିପଡ଼ା ଗ୍ରାମର ଅକ୍ଷୟ କୁମାର ସାମଲ (୩୭)। ଏମାନଙ୍କ ଠାରୁ ୪କେଜି ଓଜନର ନକଲି ସୁନା ଇଟା, ନଗଦ ୩ଲକ୍ଷ ୭୯ହଜାର ଟଙ୍କା, ୨ଟି ବାଇକ, ୬ଟି ମୋବାଇଲ ଜବତ କରିଛି ପୁଲିସ। 


ତେବେ ଏହି ଘଟଣା ଟି ନୀଳଗିରି ବ୍ଲକ୍ ବରହମପୁର ଥାନା ଅଧିନ ରେ ଜଙ୍ଗଲ ରାସ୍ତାରେ ଡିଲ ହୋଇଥିବା ବେଳେ ଠକେଇ ର ଶିକାର ହୋଇଥିଲେ ଗଞ୍ଜାମ ବ୍ରହ୍ମପୁର ଥାନା ଅଂଚଳର କୃଷ୍ଣ ନାୟକ। ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ ରେ ନୀଳଗିରି ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ ଙ୍କ ନେତୃତ୍ୱ ରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ଏବଂ ବରହମପୁର ଆଇଆଇସି ପ୍ରେମଦା ନାୟକ ଙ୍କ ସହ ପୋଲିସ ଟିମ ଏହି ତଦନ୍ତ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ଅନ୍ୟ ଫେରାର ଠକ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ୍।

Post a Comment

Previous Post Next Post
Header ADS