Header ADS

୧୭ ଲକ୍ଷ ଟଙ୍କାର ଧଳାଜହର ଜବତ, ଦୁଇ ଗିରଫ

 ଧଳାଜହର କାରବାର ରେ ବନ୍ଧା ହେଲେ 

ଦୁଇ ଯୁବକ,

 ୧୭୦ ଗ୍ରାମ ବ୍ରାଉନସୁଗର ଓ 

ଗୋଟିଏ ବାଇକ୍ ଜବତ


ନୀଳଗିରି,୧୫/୦୯(ଓଡ଼ିଶା ଆଦର୍ଶ): ବ୍ରାଉନସୁଗର ନେଇ ଯାଉ ଥିବା ବେଳେ ନୀଳଗିରି ଅବକାରୀ ବିଭାଗ ହାତରେ ଧରାପଡିଲେ ଦୁଇ ଯୁବକ। ବିଶେଷ ସୁତ୍ରରୁ ଖବରପାଇ ନୀଳଗିରି ଥାନା ଅଧିନ ଅସ୍ତିଆ ଛକ ଠାରୁ ଆଜି ଦୁଇ ଧଳାଜହର ବେପାରୀ ଙ୍କୁ ବାନ୍ଧିଛି ନୀଳଗିରି ଅବକାରୀ ବିଭାଗ। ଗିରଫ ଯୁବକ ଦ୍ବୟ ହେଲେ ଖନ୍ତାପଡ଼ା ଥାନା ଅଧିନ ଜିରତାଳ ଗ୍ରାମ ର ଜ୍ୟୋତିରଞ୍ଜନ ନାୟକ(୩୫) ଓ ପ୍ରଶାନ୍ତ ମଲ୍ଲିକ (୪୨)। ସେମାନଙ୍କ ପାଖରୁ ୧୭୦ ଗ୍ରାମ ଓଜନ ର ବ୍ରାଉନସୁଗାର (ଯାହାର ଆନୁମାନିକ ମୂଲ୍ୟ ୧୭ଲକ୍ଷ ଟଙ୍କା ହେବ), ଏକ ମଟସାଇକେଲ କୁ ମଧ୍ଯ ସିଜ୍ କରିଥିବା ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।  ତେବେ ଏହି ଚଢାଉ ରେ ବାଲେଶ୍ଵର ଅବକାରୀ ଅଧିକ୍ଷକ ସରଜ୍  କୁମାର ସେଠୀ, ନୀଳଗିରି ଅବକାରୀ  ଇନ୍ସପେକ୍ଟର  କେଶବ ଚନ୍ଦ୍ର ଦାସ, ନୀଳଗିରି ଓଆଇସି ମନୋଜ କୁମାର ସାହୁ ଙ୍କ ସମେତ ଅବକାରୀ ବିଭାଗ ର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Post a Comment

أحدث أقدم
Header ADS