Header ADS

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ ଶିବିର

 ନୀଳଗିରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ


ନୀଳଗିରି ,୧୫/୯(ଓଡ଼ିଶା ଆଦର୍ଶ):ଆଜି ପୂର୍ବାହ୍ନ ଘ ୧୦.୩୦ ଟୀକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବେହେରାଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ ଶିବିରରେ ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭ ଲକ୍ଷ୍ମୀ ମାଝୀ,ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା: ପ୍ରଭାତ କୁମାର ବେହେରା, ସ୍ଥାନୀୟ ଉପ- ଜିଲ୍ଲାପାଳ ଡ: ମଧୁସ୍ମିତା ସାମନ୍ତରାୟ, ବି. ଡି.ଓ. ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡା, ତହସିଲଦାର ଶ୍ରୀମତୀ ସୋନମ୍ ଦାସ ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ। ନୀଳଗିରି ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୮୨ ଜଣ ଅଭିଯୋଗକାରୀ ନିଜ ନିଜର ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରୁ ୭୮ ଗୋଟି ବ୍ୟକ୍ତିଗତ ଅଭିଯୋଗମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ରେସନ କାର୍ଡ,ବିଦ୍ୟୁତ୍ ସମସ୍ୟା, ସାମାଜିକ ସୁରକ୍ଷା, ଯୋଜନା ମହିଳାଓ ଶିଶୁ ବିକାଶ ଯୋଜନା,ପାନୀୟଜଳ, ଆଇନ ଶୃଙ୍ଖଳା ସମ୍ପର୍କିତ ହୋଇଥିବା, ବେଳେ୨ଗୋଟି ସାମୁହିକ ଏବଂ ୨ ଗୋଟି ଡାକ୍ତରୀ ଚିକିତ୍ସା ପାଇଁ ରେଡ୍ କ୍ରସ ସହାୟତା ନିମନ୍ତେ ଦରଖାସ୍ତ ପ୍ରଦାନ କରିଥିଲେ ଏବଂ ୯ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା।


Post a Comment

أحدث أقدم
Header ADS