ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ଆୟୋଜିତ ସାମୂହିକ ତର୍ପଣ ବୃକ୍ଷ ଗଙ୍ଗା ଓ ଗର୍ଭୋତ୍ସବ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ
ନୀଳଗିରି ୯/୯(ଓଡ଼ିଶା ଆଦର୍ଶ):ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ଆୟୋଜିତ ସାମୂହିକ ତର୍ପଣ ବୃକ୍ଷ ଗଙ୍ଗା , ଗର୍ଭୋତ୍ସବା ଜନ ସଚେତନତା କାର୍ଯ୍ୟକ୍ରମ ଆଜି ପୁଡ଼ାଶୋଳ ଠାରେ ଗାୟତ୍ରୀ ଶକ୍ତିପୀଠ ନୀଳଗିରି ଦ୍ଵାରା ଆରମ୍ଭ ହୋଇ ଯାଇଛି। ସକାଳେ ତର୍ପଣ, ଯଜ୍ଞ , ବୃକ୍ଷ ଗଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅତ୍ୟନ୍ତ ନିଷ୍ଠା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ହରିଦ୍ଵାର ଶାନ୍ତିକେନ୍ଦ୍ରରୁ ଆସିଥିବା ମୁଖ୍ୟ ପରିଚାଳକ ଜଗନ୍ନାଥ ଭଞ୍ଜ ସହାୟକ ରୋହିତ ନାୟକ ଏବଂ ନୀଳଗିରି ଗାୟତ୍ରୀ ପରିବାର ପକ୍ଷରୁ ଯତ୍ରିନ୍ଦ୍ର ଭୋଲ , ସୀତା ନାଥ ବେହେରା , କାର୍ତ୍ତିକ ଲେଙ୍କା , ସତ୍ୟଜିତ ବେହେରା , ସବ୍ୟସାଚୀ ସ ଓ ପ୍ରତାପ ମହାପାତ୍ର ପ୍ରମୁଖ ଗାୟତ୍ରୀ ପ୍ରେମୀ ଶ୍ରଦ୍ଧାଳୁ ମାନେ ଉକ୍ତ ଉତ୍ସବକୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପରିଚାଳନା କରିବାରେ ସହଯୋଗ କରିଥିଲେ ଏବଂ ଉକ୍ତ ସ୍ଥାନରେ ଯଜ୍ଞ ଏବଂ ତିଳ ତର୍ପଣ ବାହାନଗାର ରେଳ ଦୁର୍ଘଟଣା ପହେଲ ଗାଆଁ ହିଂସାକାଣ୍ଡ ଓ ଅପରେସନ ସିନ୍ଦୂର ର ସହିଦ ମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲ।
إرسال تعليق