ଜିଲ୍ଲାରେ ସର୍ବୋଚ୍ଚ ରକ୍ତଦାନ ରେକର୍ଡ
ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିରରୁ ୧୨୫୮ୟୁନିଟ୍ ରକ୍ତ ସଂଗୃହୀତ
ନୀଳଗିରି,୭/୮(ଓଡ଼ିଶା ଆଦର୍ଶ): ଆଜି ନୀଳଗିରିର ଲୋକପ୍ରିୟ ବିଧାୟକ ସନ୍ତୋଷ ଖଟୁଆ ଙ୍କ ଜନ୍ମଦିନକୁ ସନ୍ତୋଷ ଖଟୁଆ ଫ୍ୟାନ କ୍ଲବ୍ ପକ୍ଷରୁ ବହୁ ଧୁମ୍ ଧାମରେ ପାଳନ କରାଯାଇଛି। ଏହି ଅବସରରେ ପଣ୍ଡା ଅଫିସ କଲ୍ୟାଣ ମଣ୍ଡପ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୧୦୭୭ ଓ ଔପଦାରେ ୧୮୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଯାହା ଜିଲ୍ଲା ରେ ପ୍ରଥମ ଥର ରେକର୍ଡ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ହୋଇଛି। ବିଜେପି କର୍ମୀଙ୍କ ସମେତ ବହୁ ବ୍ୟକ୍ତି ଏହି ଶିବିରରେ ସାମିଲ ହୋଇ ରକ୍ତଦାନ କରିଥିଲେ। ସେହିପରି ବହୁ ଅଧିକାରୀ , ବିଜେପି ନେତୃବୃନ୍ଦ, ସମାଜସେବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶିବିରରେ ପହଞ୍ଚି ବିଧାୟକଙ୍କ ଆଶିଷ କାମନା କରିଥିଲେ। ଏପରିକି ବହୁ ମହିଳା ଶ୍ରଦ୍ଧାରେ ବିଧାୟକଙ୍କ ପାଇଁ ପିଠା ପଣା ପରସି ଦେଇଥିଲେ। ସଂଖ୍ୟାଧିକ ମହିଳା ବିଧାୟକଙ୍କ ପ୍ରତି ଭଲପାଇବା ଓ ଅଜଶ୍ର ଆଶିର୍ବାଦ ଅଜାଡ଼ି ଦେଇଥିବା ଦେଖିବାକୁ ମିଳିଛି। ସନ୍ତୋଷ ଖଟୁଆ ଫ୍ୟାନ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ବିଜେପି କର୍ମୀ ଏଥିରେ ସହଯୋଗ କରିଥିଲେ।




Post a Comment