Header ADS

କୁଳଡ଼ିହା ଅଭୟାରଣ୍ୟରୁ ୨ଶିକାରୀ ଗିରଫ: ଦେଶିବନ୍ଧୁକ ଓ ଗୁଳି ଜବତ

 କୁଳଡ଼ିହା ଅଭୟାରଣ୍ୟରୁ ୨ଶିକାରୀ ଗିରଫ: ଦେଶିବନ୍ଧୁକ ଓ ଗୁଳି ଜବତ



ନୀଳଗିରି,୧୧/୮(ଓଡ଼ିଶା ଆଦର୍ଶ): ନୀଳଗିରି କୁଳଡ଼ିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀ କୁ ଗିରଫ କରିଛି ବନବିଭାଗ। ଗିରଫ ଶିକାରୀଙ୍କ ଠାରୁ ବନ୍ଧୁକ, ଗୁଳି ସମେତ ଶିକାର ସାମଗ୍ରୀ ଜବତ ବି ହୋଇଛି। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ସିଆଡିମାଳ ପଞ୍ଚାୟତ ଡେଉଁଚଖାଲ ଅଞ୍ଚଳର ସ୍ୱର୍ଗତ ବନମାଳୀ ସିଂ ଙ୍କ ପୁଅ ହଗୁରା ସିଂ, ଏବଂ ସିନ୍ଦୁରିଆ ଗ୍ରାମର ଶଙ୍କରା ସିଂ ଙ୍କ ପୁଅ ସନିଆ ସିଂ ସଶସ୍ତ୍ର ଏକ ଦେଶୀ ବନ୍ଧୁକ, ଗୁଳି, ବାରୁଦ, ଛୁରୀ, ଫାସ ଆଦି ନେଇ କୁଳଡ଼ିହା ଜଙ୍ଗଲରେ ଅବାଧ ପ୍ରବେଶ କରି ଶିକାର କରିବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ ପେଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲେ। ତେବେ ଉକ୍ତ ପେଟ୍ରୋଲିଂ ଟିମ୍ ଦୁଇ ଅଭିଯୁକ୍ତ ଙ୍କୁ କାବୁ କରିବା ସହିତ ନୀଳଗିରି ସ୍ଥିତ କୁଳଡ଼ିହା ଅଫିସ କୁ ଆଣିବା ପରେ ଦୁଇ ଅଭିଯୁକ୍ତ ଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Post a Comment

Previous Post Next Post
Header ADS