ଜନ୍ମଦିନ ଅବସରରେ ଜଗନ୍ନାଥ ଙ୍କ ଆଶିଷ ଭିକ୍ଷା କଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ
ନୀଳଗିରି,୭/୮(ଓଡ଼ିଶା ଆଦର୍ଶ): ଆଜି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କ ଜନ୍ମଦିନ। ଏହି ଅବସରରେ ମାନ୍ୟବର ବିଧାୟକ ଏବଂ ତାଙ୍କ ଧର୍ମ ପତ୍ନୀ ନୀଳଗିରି ଜଗନ୍ନାଥ ମନ୍ଦିରକୁ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଠାରେ ପୂଜାର୍ଚ୍ଚନା କରିବା ସହିତ ମା ଲକ୍ଷ୍ମୀ ମନ୍ଦିରରେ ଆଶିଷ ଭିକ୍ଷା କରିଛନ୍ତି। ଏହି ଅବସରରେ ବିଧାୟକ ଙ୍କ ସମର୍ଥକ ମନ୍ଦୀର ବାହାରେ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
ପରେ ବିଧାୟକ ଶ୍ରୀଯୁକ୍ତ ଖଟୁଆ ନୀଳଗିରି ମେଡ଼ିକାଲ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ।ଏହି ଅବସରରେ ନୀଳଗିରି ସନ୍ତୋଷ ଖଟୁଆ ଫ୍ୟାନ୍ କ୍ଲବ୍ ତତଫରୁ ଏକ ମେଗା ରକ୍ତଦାନ କାର୍ଯ୍ୟକ୍ରମ ପଣ୍ଡା ଅଫିସ୍ ପାଖ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି ଯାହା ସକାଳ ୮ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି।





Post a Comment