କୁଳଡ଼ିହା ଅଭୟାରଣ୍ୟ ରେ ସନ୍ଦିଗ୍ଧ ଶିକାରୀ ଗିରଫ।
ଶିକାରୀ ଙ୍କୁ ଧରାଇଲା ଟ୍ରାପ କ୍ୟାମେରା
ବନ୍ଧୁକ ସହିତ ମାରଣାସ୍ତ୍ର ଜବତ
ନୀଳଗିରି,୨୧/୮(ଓଡ଼ିଶା ଆଦର୍ଶ):କୁଲଡ଼ିହା ଅଭୟାରଣ୍ୟ ମଧ୍ୟରେ ଶିକାରୀଙ୍କୁ ଜଗିଥିବା ଟ୍ରାପ କ୍ୟାମେରା ସାହାଯ୍ୟରେ ଦୁଇଜଣ ଶିକାରୀଙ୍କୁ ଚିହ୍ନଟ କରାଯାଇ ଶେଷରେ ବନବିଭାଗ ଦ୍ୱାରା ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅଗଷ୍ଟ ୧୫ତାରିଖ କୁଲଡ଼ିହା ବନବିଭାଗ ଦ୍ୱାରା ଅଭୟାରଣ୍ୟ ମଧ୍ୟରେ ରୁଟିନ୍ ଚେକ୍ ସମୟରେ ଦୁଇଟି ଟ୍ରାପ୍ କ୍ୟାମେରା ମାଧ୍ୟମରେ ଦୁଇଜଣ ଶିକାରୀ ଅଭୟାରଣ୍ୟ ମଧ୍ୟରେ ରାତ୍ରି ପ୍ରାୟ ୧୧.୪୫ସମୟରେ ସନ୍ଦିଗ୍ଧ ଅବସ୍ଥାରେ ନଜର ଆସିଥିଲେ। ପରେ ସେମାନଙ୍କୁ ଚିହ୍ନଟ କଲାପରେ ଗତ ୧୯ତାରିଖ ସକାଳ ୬.୧୦ସମୟରେ କୁଲଡ଼ିହା ବନବିଭାଗ ଦ୍ୱାରା ବରହମପୁର ଥାନା ନଟାପଡା ଗ୍ରାମର ସ୍ୱର୍ଗତ ଦୀନବନ୍ଧୁ ହେମ୍ବ୍ରମଙ୍କ ଦୁଇପୁଅ କାଳନ୍ଦ୍ରୀ ହେମ୍ବ୍ରମ (୨୮) ଏବଂ ଭୁଣ୍ଡା ହେମ୍ବ୍ରମ(୨୫) କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ବନ୍ଧୁକ(ଯାହା ପରେ ନିରାପତ୍ତା ପାଇଁ ଅକାମୀ କରାଯାଇଛି), ତନଖି ସମୟରେ କାଳନ୍ଦ୍ରିଙ୍କ ଛାତ ଉପରୁ ଗୋଟିଏ କାଣ୍ଡ, ୩ଟି ଧନୁତୀର, ୨ଟି ଜାଲ, ଗୋଟିଏ ଜବତ ବନବିଭାଗ ଜବତ କରିଛି। ବନ୍ୟଜନ୍ତୁ ନିରାପତ୍ତା ଆଇନ୍ ୧୯୭୨ ମୂଳେ ଗିରଫ କରାଯାଇ ଅଧିକ ତଦନ୍ତ ଚାଲୁରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
Post a Comment