Header ADS

ଖଟିଆରେ ବୁହାହେଲେ ରୋଗୀ

 ରାସ୍ତା ପାଲଟିଛି ମୁଖ୍ୟ ସମସ୍ୟା

ଖଟିଆରେ ବୁହାହେଲେ ରୋଗୀ



ନୀଳଗିରି,୨୧/୮(ଓଡ଼ିଶା ଆଦର୍ଶ):ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନାହିଁ। କଚ୍ଚା ରାସ୍ତାରେ ଗାଁରେ ପହଞ୍ଚି ପାରିଲାନାହିଁ ଆମ୍ଵୁଲାନ୍ସ । ଲୋକମାନଙ୍କ ସହାୟତାରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଲେ ରୋଗୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ନୀଳଗିରି ବ୍ଳକ ସିଆଡିମାଳ ପଞ୍ଚାୟତ ଅନ୍ତର୍ଗତ ଡେଉଁଚଖାଲ ଗ୍ରାମର ,


ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି କାଦ ରାସ୍ତା ପାରି କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଡେଉଁଛଖାଲ ଗ୍ରାମରେ ୪ ଶହ ଲୋକ ବସବାସ କରନ୍ତି। ଏହି ଗ୍ରାମରେ ବର୍ଷା ଦିନେରେ ଗୋଟିଏ କିଲମିଟର ରାସ୍ତା କାଦ ହୋଇଥାଏ, ଏବଂ ଏବେ ଏହି ଗ୍ରାମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମେଗା ପାନୀୟଜଳ ଯୋଗାଣ ପାଇଁ ରାସ୍ତା ତଡା ଯାଇଥିବାରୁ ରାସ୍ତାଟି ଅଧିକ କାଦ ହେଇଥିବାରୁ ସେଠାକାର ଗ୍ରାମବାସି ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି। ଗୁରୁବାର ଡେଉଁଚଖାଲ ଗ୍ରାମର ରୂପି ସିଂ (୬୦)ଙ୍କ ଦେହ ଅସୁସ୍ଥ ହେବାରୁ ଗ୍ରାମବାସୀ ତାଙ୍କୁ ଏକ ଖଟିଆରେ ବୋହି କାଦ ରାସ୍ତା ରେ ଏକ କିଲମିଟର ପାର କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲକୁ ନେଇଥିଲେ। ଡେଉଁଚଖାଲ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଠିକ ଠାକ ନିର୍ମାଣ କରାଯାଉ ନ ଥିବାରୁ ବର୍ଷା ଦିନେ ଲୋକେ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମର ବନ ସିଂ, ବାପି ସିଂ, ସିବ ସିଂ, ସମା ସିଂ କହିଛନ୍ତି।

Post a Comment

Previous Post Next Post
Header ADS