Header ADS

ଜୟପ୍ରକାଶ ଓ ନଭନିତ ଯୁଗ୍ମ ଉପଖଣ୍ଡ ଟପ୍ପର।

 ଜୟପ୍ରକାଶ ଓ ନଭନିତ ଯୁଗ୍ମ ଉପଖଣ୍ଡ ଟପ୍ପର।



ନୀଳଗିରି,୨/୫(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକରେ ମୋଟ ୪୧ ଗୋଟି ସ୍କୁଲର ୧୯୭୨ ପିଲା ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୯୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।ମୋଟ ୧୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା।ଏ୧ରେ ମୋଟ ୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅଯୋଧ୍ୟା ନୋଡାଲ ହାଇସ୍କୁଲର ପିତା କମଳାକାନ୍ତ ବେହେରା, ମାତା ସୁମତୀ ବେହେରାଙ୍କ ପୁଅ ଜୟପ୍ରକାଶ ବେହେରା ଓ ମିତ୍ରପୁର ମହିଳା ଉଚ୍ଚବିଦ୍ୟାଳୟର ଜୟନ୍ତ ପ୍ରଧାନ ଓ ମାତା ସୁଭଦ୍ରା ପ୍ରଧାନଙ୍କ ପୁଅ ନଭନିତ ପ୍ରଧାନ ୫୬୦ ନମ୍ବର ରଖି ଯୁଗ୍ମ ଉପଖଣ୍ଡ ଟପ୍ପର ହୋଇଛନ୍ତି।ସେହିପରି କେସି ହାଇସ୍କୁଲର ମଧୁସ୍ମିତା ନାୟକ(୫୫୭),ଅଯୋଧ୍ୟା ମାରୀଚି ମହିଳା ଉଚ୍ଚ ବିଦ୍ୟାଳୟର ଭାଗ୍ୟଜ୍ୟୋତି ବାରିକ ( ୫୫୨ ),କେସି ହାଇସ୍କୁଲର ମୋନାଲିସା ସାହୁ(୫୪୬),ଜୀବନ ଜ୍ୟୋତି ଦାସ(୫୪୫),ସ୍ମୃତିଲିପ୍ସା ସାହୁ(୫୪୩),କୈବଲ୍ୟ ପ୍ରୀତମ ବେହେରା(୫୪୧),କାବେରୀ ବେହେରା(୫୪୧) ପ୍ରମୁଖ ଏ୧ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Post a Comment

أحدث أقدم
Header ADS