Header ADS

ମାଇନିଂ ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ, ଥାନାରେ ଅଭିଯୋଗ।

 ମାଇନିଂ ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ, ଥାନାରେ ଅଭିଯୋଗ।



ନିଳଗିରି,୨/୫(ଓଡ଼ିଶା ଆଦର୍ଶ):ନୀଳଗିରି ରେ ଏବେ ପଥର , ମୋରମ ଚୋରାରେ ଚାଲିଥିବା ବେଳେ ଖଣି ମାଫିଆଙ୍କ ଆତଙ୍କରାଜ ବଢ଼ି ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନଥିବା ବେଳେ ଦିନରାତି ଚୋରାରେ ଚାଲାଣ କରୁଛନ୍ତି। ଏନେଇ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିବା ବେଳେ ଶୁକ୍ରବାର ଦିନ କନିଷ୍ଠ ମାଇନିଂ ଅଧିକାରୀ ସମ୍ବିତ କୁମାର ମଣି ମହିଷାପଟ୍ଟା ଅଞ୍ଚଳକୁ ଯାଇ ତଦନ୍ତ କରି ବୋଲେରୋ ଓଡି୦୧ଏ.ଏଫ ୩୧୧୮ ରାତ୍ରି ୮ ଟା ସମୟରେ ଫେରୁ ଥିବାବେଳେ ନୀଳଗିରି ବସଷ୍ଟାଣ୍ଡ ନିକଟରେ ତିନୋଟି ବାଇକରେ ଛଅ ଜଣ ଯୁବକ ସଂଘ ବଦ୍ଧ ହୋଇ ତାଙ୍କ ବୋଲେରୋ ଗାଡ଼ି ଆଗରେ ବାଇକ୍ ରଖି ଅବରୋଧ କରିଥିଲେ। ପରେ ସମସ୍ତେ ମିଶି ଡ୍ରାଇଭର ଏସ.କେ. ଏମ.ଡି. ଖାଲିକ୍ ଓ କନିଷ୍ଠ ଖଣି ଅଧିକାରୀ ସମ୍ବିତ କୁମାର ମଣି ଙ୍କୁ ଆକ୍ରମଣ କରିବା ସହ ପିଟାମରା କରି ଫେରାର ହୋଇଯାଇଥିଲେ। ପରେ ଅଧିକାରୀ ଓ ଡ୍ରାଇଭର ନୀଳଗିରି ମେଡିକାଲ ଯାଇ ଚିକିତ୍ସିତ ହୋଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଛି।

Post a Comment

أحدث أقدم
Header ADS