ବାଲିଗୁଡା ଓକିଲ ସଙ୍ଘର ନିର୍ବାଚନ ଶେଷ।
ବାଲିଗୁଡା,୨୯/୩ (ସନ୍ଦୀପ କୁମାର ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ପଦବୀ ସଭାପତି ଭାବେ ଟି ହରିଶ ଚନ୍ଦ୍ର ରାଓ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିର୍ବାଚିତ ହୋଇଛନ୍ତି। ଏହି ଉଭୟ ପଦ ପାଇଁ ଦ୍ୱିମୁଖୀ ଲଢେଇ ହୋଇଥିବା ବେଳେ ଦୁହେଁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କଠାରୁ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି କୋଷଧ୍ୟକ୍ଷ ଭାବେ ମାନସ କୁମାର ପଣ୍ଡା, ଉପସଭାପତି ଭାବେ ରାମକୃଷ୍ଣ ଦାସ ସହ ସମ୍ପାଦକ ନୀଳାଦ୍ରି କେଶରୀ ସାହାଣୀ ସର୍ବସମ୍ମତି କ୍ରମେ ବିନା ଭୋଟ ହୋଇ ମନୋନୀତ ହୋଇଥିଲେ। ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ଶେଖ ଆନିସୁଦିନ ନିର୍ବାଚନ ପରିଚାଳନା କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସମ୍ପନ୍ନ ହୋଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରିଷ୍ଠ ଆଇନଜିବି । ଏହି ନିର୍ବାଚନ ସମୟରେ ସମସ୍ତ ଓକିଲ ଉପସ୍ଥିତ ରହି ନିର୍ବାଚନରେ ସାମିଲ ହୋଇଥିଲେ।
إرسال تعليق