କ.ନୂଆଗାଁ ହାଇସ୍କୁଲରେ ପ୍ରଥମ ପିଏମ ଶ୍ରୀ ବାର୍ଷିକ ଉତ୍ସବ ଅନୁଷ୍ଠିତ।
କ.ନୂଆଗାଁ,୨୯/୩ (ସନ୍ଦୀପ କୁମାର ନାୟକ) :କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ କେନ୍ଦ୍ର ସରକାର ପିଏମ ଶ୍ରୀ ମାନ୍ୟତା ଦେବା ପରେ ପ୍ରଥମ କରି ବାର୍ଷିକ କ୍ରୀଡ଼ା ଉତ୍ସବ ଓ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଏକ ସୁସଜ୍ଜିତ ଆଡ଼ମ୍ବର ପୂର୍ଣ୍ଣ ମଣ୍ଡପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ୟ ଅତିଥି ଭାବେ କନ୍ଧମାଳ ଭାଜପା ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶିମାଝୀ , ମୂଖ୍ୟ ବକ୍ତା ମଧୁସୂଦନ ମହାପାତ୍ର , ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର,ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜନକ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ ଅଧ୍ୟୟନ ରତ ସମସ୍ତ ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରି ଉତ୍ସାହିତ କରିଥିଲେ। ଆଗକୁ ଯିବାପାଇଁ ମୂଲ୍ୟବାନ ଉପଦେଶ ମାନ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ ମଞ୍ଚ ସଂଯୋଜନା କରି ଅତିଥି ମାନଙ୍କୁ ସ୍ଵାଗତ କରିଥିଲା ବେଳେ ବରିଷ୍ଠ ଶିକ୍ଷକ ବାଳକୃଷ୍ଣ ପାତ୍ର,ଓମ୍ ପ୍ରକାଶ ସାହୁ,ଅଭିମନ୍ୟୁ ଘୋଷ, ନିଗମା ନନ୍ଦ ବେହେରା, ବ୍ରଜକିଶୋର ପ୍ରଧାନ, ସମୀର କୁମାର ପଟ୍ଟନାୟକ,ଶିକ୍ଷୟିତ୍ରୀ ଲୀନା କୁମାରୀ ପ୍ରଧାନ, ମାଧୁରୀ ମଲିକ,ପୁଷ୍ପାଞ୍ଜଳି ଦିଗାଲ,ସନ୍ଧ୍ୟା ରାଣୀ ସାମନ୍ତରାୟଙ୍କ ସମେତ ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।
إرسال تعليق