ପୋଡ଼ାଶୁଳ କାଳୀ ମନ୍ଦିରରୁ ଚୋରି।
ନୀଳଗିରି,୨୪/୩(ଓଡ଼ିଶା ଆଦର୍ଶ): ନୀଳଗିରି ପୋଡ଼ାଶୂଳ ବଜାରରେ ଥିବା ପ୍ରସିଦ୍ଧ ମା ଶ୍ୟାମାକାଳୀ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଦୈନଦିନ ମା ଙ୍କ ନିତିକାନ୍ତି ପାଇଁ ଭୋର୍ ସମୟରେ କିଛି ଭକ୍ତ ଆସି ମନ୍ଦିର ଝାଡୁ ମାରିବା ସହିତ ମନ୍ଦିର ତାଲା ଖୋଲିଥାନ୍ତି ହେଲେ ଆଜି ସକାଳେ ମନ୍ଦୀର କୁ ତାଲା ଖୋଲିବାକୁ ଆସି ମନ୍ଦୀର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ମନ୍ଦିର କମିଟି ର ସଦସ୍ୟ ଙ୍କୁ ଖବର ଦେବା ପରେ ସଦସ୍ୟ ମାନେ ଆସି ଦେଖିଲା ବେଳକୁ ମନ୍ଦୀର ର ମୁଖ୍ୟ ତାଲା ଭଙ୍ଗା ଯାଇଥିବା ବେଳେ ମନ୍ଦୀରର ତିନୋଟି ହୁଣ୍ଡି ମନ୍ଦୀର ଠାରୁ କିଛି ଦୂରରେ ବିଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ନୀଳଗିରି ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ତେବେ ଚୋରୀ ହୋଇଥିବା ତିନୋଟି ହୁଣ୍ଡିର ଲକ୍ଷାଧିକ ଟଙ୍କା ଥିବା ନେଇ ସୂଚନା ରହିଥିବା ବେଳେ ମା ଙ୍କ ଗହଣା ସୁରକ୍ଷିତ ଅଛି ନା ନାହିଁ ତାହା ପୋଲିସ ର ତଦନ୍ତ ପରେ ହିଁ ଜଣାପଡ଼ିବ। ତେବେ ନୀଳଗିରି ଅଞ୍ଚଳରେ ଦିନକୁ ଦିନ ମନ୍ଦିର ଗୁଡିକରେ ଲୁଟ୍ ତରାଜ୍ ବଢ଼ିଚାଲୁଥିବା ବେଳେ ସ୍ଥାନୀୟ ପୋଲିସ ଏଥିପ୍ରତି ଦୃଷ୍ଟି ଦେଇ ରାତ୍ରି ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
إرسال تعليق