ବାଲିଗୁଡା ବିଜେପି ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।
ବାଲିଗୁଡ଼ା,୨୪/୩(ସନ୍ଦୀପ କୁମାର ନାୟକ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ୮୪ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା। ତାଙ୍କର ଦେହାନ୍ତ ଖବର ଶୁଣି ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା। ଦେବେନ୍ଦ୍ର ପ୍ରଧାନ ପୂର୍ବରୁ ଓଡ଼ିଶା ମାଟିରେ ବିଜେପି ପକ୍ଷରୁ ତିନିଥର ସଭାପତି, ଦୁଇଥର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଶ୍ରୀ ପ୍ରଧାନଙ୍କ ବିୟୋଗରେ ବାଲିଗୁଡ଼ା ଏନ୍ ଏସି ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭା ଅସ୍ଥାୟୀ ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ନଗର ସଭାପତି ମନୋଜ କୁମାର ରଥଙ୍କ ନେତୃତ୍ୱରେ ଅୟୋଜନ ହୋଇଥିଲା। ସଭାରେ କନ୍ଧମାଳ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ,କନ୍ଧମାଳ ସାଂସଦଙ୍କ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରମାନନ୍ଦ ଘଡେଇ,ପୂର୍ବତନ ଏନ୍ ଏସି ସଭାପତି ଦିବାକର ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଓ ନେତ୍ରୀ ଉପସ୍ଥିତ ଥିଲେ।
إرسال تعليق