ଲ୍ୟାମ୍ପ ରେ ଧାନ କିଣାରେ ପାତରଅନ୍ତର ଅଭିଯୋଗ।
ପ୍ରତିବାଦ ସ୍ୱରୂପ ଧାନ ବସ୍ତା ସଡ଼କ ଉପରେ ରଖି ଧାରଣା ଦେଲେ ଚାଷୀ।
ନୀଳଗିରି,୮/୨(ଓଡ଼ିଶା ଆଦର୍ଶ):ଲ୍ୟାମ୍ପ ଅଧିକାରୀ ଚାଷୀଙ୍କ ଧାନ କିଣାରେ ପ୍ରିୟା ପ୍ରୀତି ପୋଷଣ କରୁଥିବା ର ଅଭିଯୋଗ ଆଣି ଉପାୟ ନପାଇ ସ୍ୱର ଉତ୍ତୋଳନ କରିଥିଲେ। ନ୍ୟାୟ ପାଇବା ପାଇଁ ସଡ଼କ ଉପରେ ଧାନ ବସ୍ତା ଗାଦି ମାରି ଦୀର୍ଘ ୬ ଘଣ୍ଟା ରାସ୍ତା ଅବରୋଧ କରି ଧାରଣା ଦେଇ ଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଳକ ଅନ୍ତର୍ଗତ ମାଟିଆଳି ଲ୍ୟାମ୍ପ ଅଧୀନରେ ଥିବା ଛତ୍ରପୁର ସୋସାଇଟି ରେ। ସିରିଏଲ ରେ ଆଗ ପଛ କରିବା ସହିତ ନିଧାର୍ଯ୍ୟ ସମୟରେ ଧାନ ନେଉନଥିବା ଭଳି ଅଭିଯୋଗ କରିବା ସହିତ ନୀଳଗିରି ଝରଣା ଘାଟି ରାଜରାସ୍ତା ୧୯ କୁ ଅବରୋଧ କରି ଧାରଣା ଦେଇ ହକ ଦାବି କରିଥିଲେ। ଖବର ପାଇ ବରହମପୁର ପୋଲିସ ଏବଂ ବାଲେଶ୍ୱର ଏସସିଏସଓ଼ ହିମାଂଶୁ ଭୂଷଣ ସାହୁ ଏବଂ ଦୀପକ ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସମସ୍ୟା ବୁଝିଥିଲେ। ବିଶେଷ କରି କଟନୀ ଛଟନି ବନ୍ଦ କରିବା ସହିତ ସୋସାଇଟି କାନ୍ଥରେ ସିରିଏଲ ନମ୍ବର କାଗଜ ସର୍ବସାଧାରଣ ରେ ପ୍ରତିଫଳନା କରାଯିବା ସହିତ ସିରିଏଲ ଅନୁଯାଇ ଧାନ କ୍ରୟ କରିବା, ଶେଷ ହୋଇ ଯାଇଥିବା କ୍ରୟ ଅବଧି ବୃଦ୍ଧି କରିବା ପ୍ରମୁଖ ଦାବି ଚାଷୀ ମାନେ ଉପସ୍ଥାପନ କରିଥିଲେ। ଏଥିରେ
ଏସସିଏସଓ଼ ଶ୍ରୀଯୁକ୍ତ ସାହୁ ସମସ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ଦିଗରେ ଚାଷୀମାନଙ୍କ ସାଥ ଦେଇଛନ୍ତି ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ। ସଠିକ ସମୟରେ ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସମସ୍ୟା କୁ ଉପଲବ୍ଧି କରି ନୀଳଗିରି ପ୍ରଶାସନ କୁ ଅବଗତ କରାଇଥିଲେ ଏବଂ ଚାଷୀଙ୍କ ଧାନ କିଣାରେ ସରଳି କରଣ ପାଇଁ ଦାବି ମଧ୍ୟ କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଷୀଙ୍କ ସମସ୍ୟାକୁ ହୃଦବୋଧ କରି ସମାଧାନ ପାଇଁ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନାୟକ ଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ | ପରେ ରାସ୍ତାରୋକ ହଟିଥିଲା ।ଶତାଧିକ ଚାଷୀ ଏହି ଗଣ ଧାରଣରେ ସାମିଲ ଥିଲେ ।
Post a Comment