ଗୋଡ଼ିଶୁଳ ତାରିଣୀ ମନ୍ଦିରରୁ ଲୁଟ୍
ଜଙ୍ଗଲରୁ ଠାବ ହେଲା ଚୋରୀ ଦାନ ହୁଣ୍ଡି।
ନୀଳଗିରି ,୧୯/୬(ଓଡ଼ିଶା ଆଦର୍ଶ): ଗତକାଲି ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧିନ ଗୋଡ଼ିଶୁଳ ଛକ ତାରିଣୀ ମନ୍ଦିରରୁ ହୋଇଛି ଲୁଟ୍। ସୂଚନା ଅନୁଯାୟୀ ଜାମୁଡ଼ିହା ପଞ୍ଚାୟତ ଗୋଡ଼ିଶୁଳ ଛକ ଠାରେ ଆଜି ସକାଳେ ସ୍ଥାନୀୟ ଲୋକେ ତାରିଣୀ ମନ୍ଦିରରୁ ଲୁଟ୍ ହୋଇଥିବା ଖବର ଜାଣିବାକୁ ପାଇଥିଲେ। ତେବେ ମା ଙ୍କ ଠାରେ ଲାଗିହୋଇଥିବା ଅଳଙ୍କାର, ଦାନ ହୁଣ୍ଡି ଆଦି ଚୋରୀ ହୋଇଥିବା ଜଣାପଡିଛି। ତେବେ ମନ୍ଦିରରୁ ଚୋରୀ ହୋଇଥିବା ଦାନବାକ୍ସ ଟି ଭାଲୁକାଶୁଣି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ନୀଳଗିରି ଅଞ୍ଚଳରେ କିଛି ଦିନ ବ୍ୟବଧାନ ରେ ଦିନକୁ ଦିନ ବିଭିନ୍ନ ମନ୍ଦିର ଗୁଡ଼ିକୁ ଟାର୍ଗେଟ କରି ଲୁଟ୍ କରୁଛନ୍ତି ଲୁଟେରା ଯାହା ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ଭାବାବେଗ କୁ ଆଘାତ ଦେଉଛି। ତେବେ ଘଟଣାର ଅଧିକ ତଦନ୍ତ କରୁଛି ନୀଳଗିରି ପୋଲିସ୍।ସୂଚନା ଥାଉକି କିଛି ମାସ ପୂର୍ବରୁ ନୀଳଗିରି ଥାନା ଅଧିନ ପୋଡ଼ାଶୁଳ ଛକ ଠାରେ ମା ଶ୍ୟାମାକାଳୀ ମନ୍ଦିର, ଚତର ଗ୍ରାମର ଥିବା ଶନି ମନ୍ଦିରରୁ ଠିକ୍ ସମାନ ଢଙ୍ଗରେ ଅଳଙ୍କାର ସମେତ ଦାନ ହୁଣ୍ଡି ଲୁଟି ନେଇଥିଲେ ଦୁବୃର୍ତ୍ତ।
Post a Comment