Header ADS

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା, ଆଖି ଲୁହରେ ଭିଜିଲା ବିଦ୍ୟାଳୟ

 ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା, 

ଆଖି ଲୁହରେ ଭିଜିଲା ବିଦ୍ୟାଳୟ 



ନୀଳଗିରି,୩୦/୬(ଓଡ଼ିଶା ଆଦର୍ଶ): ନୀଳଗିରିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାଲି ଗୋହିରୀ ସ୍ଥିତ ରତ୍ନାକର ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡାଙ୍କ ୩୦/୬/୨୫ରିଖରେ ବିଦାୟକାଳୀନ ଉତ୍ସବକୁ ଅତି ଆଡ଼ମ୍ବରପୂର୍ଣ୍ଣ ଭାବେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ବିଦାୟ ଉତ୍ସବକୁ ଅତି ସୁନ୍ଦର ଭାବରେ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡାଙ୍କୁ ବିଦାୟ ଦେଇଛନ୍ତି।ସକାଳ ଠୁଁ ଶହ ଶହ ଛାତ୍ର ଛାତ୍ରୀ ସ୍କୁଲ୍ ପରିସରରେ ଉପସ୍ଥିତ ରହି ନିଜ ନିଜର ଆଖି ଲୁହରେ ଭିଯାଇ ଦେଇଥିଲେ ବିଦ୍ୟାଳୟକୁ। ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ନିଜର ଶିକ୍ଷକତା ଜୀବନରେ ଛାତ୍ର ଛାତ୍ରୀ ମାନଙ୍କୁ ଏପରି ଭଲପାଇ ଆସୁଥିଲେଯେ କୌଣସି ଛାତ୍ର ଛାତ୍ରୀ ତାଙ୍କର ସ୍ନେହ ଆଦର, ଭଲ ପାଇବାକୁ ଏ ଯାବଦ ନିଜ ନିଜ ମାନସ ପଟରୁ ଭୁଲି ନପାରି ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡାଙ୍କୁ ବିଦାୟ ଦେଇଛନ୍ତି। ଦିନତମାମ ୧୯୮୮ବ୍ୟାଚ ଠାରୁ ଆରମ୍ଭ କରି ଏଯାବତ ସମସ୍ତ ଛାତ୍ର ଛାତ୍ରୀ ମାନେ ବିନୋଦ ସୀର ଙ୍କ ଚରଣ ଛୁଇ ଲୁହ ଭରା ଆଖିରେ ବିଦାୟ ଦେଉଥିବା ବେଳେ ବିନୋଦ ସାର୍ ଙ୍କ ଆଖିର ଅମାନିଆ ଲୁହ କାକର ଟୋପା ପରି ଗଡି ପଡୁଥିଲା। ସତେ ଯେପରି ରତ୍ନାକର ଟାଉନ୍ ହାଇସ୍କୁଲ ପରିବେଶ ବିଦାୟ କାଳୀନ ଉତ୍ସବକୁ ଦେଖି ସ୍ତବ୍ଧ ହୋଇ ପଡ଼ିଥିଲା। ନିଜର ଶିକ୍ଷକତା ଉକ୍ତ ବିଦ୍ୟାଳୟରୁ ଆରମ୍ଭ କରି ଏଯାବତ ନିଜର ଉତ୍ତମ ଶିକ୍ଷା ପ୍ରଦାନ କରି ବିଦାୟ ଦେଉଥିବା ବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଅନେକ ଅନୁଷ୍ଠାନ, ରୁ ପୁରସ୍କାର ପାଇଥିବା ବେଳେ ବିଦ୍ୟାଳୟ ପାଇଁ ଅନେକ ମନ୍ତ୍ରୀ, ସାଂସଦ, ବିଧାୟକ ନିକଟରେ ଅନୁଦାନ ରାଶି ଆଣି ବିଦ୍ୟାଳୟ କୁ ସୋନ୍ଦର୍ଯ୍ୟ କରଣ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଶହ ଶହ ଛାତ୍ର ଛାତ୍ରୀ ବିନୋଦ ସାର୍ ଙ୍କୁ ସମ୍ବର୍ଧିତ କରିଛନ୍ତି। ସନ୍ଧ୍ୟାରେ ଶହ ଶହ ପୁରାତନ ଛାତ୍ର ଛାତ୍ରୀ ମାନେ ଏକ ସୁସଜ୍ଜିତ ଗାଡ଼ିରେ ବିନୋଦ ସାର୍ ଙ୍କୁ ବସାଇ ସହର ପରିକ୍ରମା କରିବା ଦୃଶ୍ୟ ନିଳଗିରି ଉପଖଣ୍ଡରେ ନୁହଁ ସମଗ୍ର ବାଲେଶ୍ଵର ଜିଲ୍ଲାରେ ବିରଳ। କାନ୍ଦୁଛନ୍ତି ଛାତ୍ର ଛାତ୍ରୀ, ନିରବତାକୁ ବଜାଇ ରଖିଛି ସତେ ଯେପରି ବିଦ୍ୟାଳୟ ପରିବେଶ। ସାର୍, ଆମ ସମସ୍ତଙ୍କୁ ଛାଡ଼ି ଆପଣ ଯାଆନ୍ତୁ ନାହିଁ ବୋଲି କହି ଆଖି ଲୁହରେ ଭିଜାଇ ଦେଉଥିଲେ ପିନ୍ଧିଥିବା ଧଳା ଫର୍ ଫର୍ ସାର୍ଟ କୁ। ବିଦାୟକାଳୀନ ଉତ୍ସବଟି ଖୁବ୍ ଦୁଃଖଦାୟକ ଥିଲା। ଅବଶିଷ୍ଟ ଜୀବନ ଭଲରେ କଟୁ ବୋଲି ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Post a Comment

Previous Post Next Post
Header ADS