ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ।
ନୀଳଗିରି ,୬/୨(ଓଡ଼ିଶା ଆଦର୍ଶ):ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ନୀଳଗିରି ବ୍ଲକ୍ ଗୋପୀନାଥପୁର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସଭାରମ୍ଭ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନିପୁଣ ଓଡ଼ିଶା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ମାଟିଆଳି କ୍ଲଷ୍ଟର ସିଆରସିସି ରୂପକ କୁମାର ପଶା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ମେଳାରେ ନୀଳଗିରି ଗୋଷ୍ଠୀ ଶିକ୍ଷାଧିକାରିଣୀ ସ୍ନିଗ୍ଧା ପଣ୍ଡାଙ୍କ ସଭାପତିତ୍ବରେ କରିଥିଲେ। ସ୍ଥାନୀୟ ବିଡିଓ ବିକ୍ରମକେଶରୀ ପରିଡା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟସରକାରଙ୍କ ଏହି ଯୋଜନାରେ ପ୍ରାକ୍ ବିଦ୍ୟାଳୟ ଓ ପ୍ରଥମରୁ ତୃତୀୟଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ତୃତୀୟଶ୍ରେଣୀ ସମାପ୍ତି ବେଳକୁ ମୌଳିକ ସାକ୍ଷରତା ସହ ପଢ଼ିବା, ଲେଖିବା, ସଂଖ୍ୟାଜ୍ଞାନ ପାଇଁ ଆବଶ୍ୟକ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟ ରଖାଯାଇଛି। ନିପୁଣ ଓଡ଼ିଶା ମେଳା ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ ଓଡ଼ିଶା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏଥିରେ ଅଭିଭାବକ, ଶିକ୍ଷକ, ଶିକ୍ଷାଅଧିକାରୀ,ପଞ୍ଚାୟତ ପ୍ରତିନିଧି, ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ନିପୁଣ ମେଳା କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏବିଓ ଶାନ୍ତିଲତା ମହାନ୍ତି, ଲମ୍ବୋଦର ସିଂ, ବିଆରସିସି ମିହିର କୁମାର ଦାସ, ବରିଷ୍ଠ ପ୍ରଶିକ୍ଷକ ଦୀପ୍ତିବର୍ଣ୍ଣା ଶିଅଳ, ୧୩ନଂ ୱାର୍ଡ କାଉନସିଲର ଗୀତାଞ୍ଜଳି ପ୍ରଧାନ, ସ୍କୁଲ ପରିଚାଳନା କମିଟି ସଭାପତି ଅନାଦି ଚରଣ ବେହେରା, ଗୋପୀନାଥପୁର ନୋଡାଲ ଉ. ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରା, ଭାରାପ୍ରାପ୍ତ ଏନଏସି ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା ପ୍ରମୁଖ ମଞ୍ଚାସୀନ ରହି ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିବା ବିଭିନ୍ନ ଷ୍ଟଲ୍ ଅତିଥି ମାନେ ବୁଲି ଦେଖିଥିଲେ।
Post a Comment