ଡିଭାଇନ୍ ଚରିଟେବୁଲ୍ ଟ୍ରଷ୍ଟ ର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ନୀଳଗିରି,୮/୨(ଓଡ଼ିଶା ଆଦର୍ଶ): ନୀଳଗିରିର ଡିଭାଇନ୍ ଏଜୁକେସନାଲ୍ ଚରିଟେବୁଲ୍ ଟ୍ରଷ୍ଟ ଏବଂ ଡିଭାଇନ୍ ଟ୍ୟୁଟୋରିଆଲ୍ ପକ୍ଷରୁ ଆଜି ୧୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ କେସି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ର ସଭାପତି ସୁଶାନ୍ତ ମହାପାତ୍ର ବାର୍ଷିକ ଉତ୍ସବ ରେ ପୌରୋହିତ କରିଥିବା ବେଳେ ଅତିଥି ପରିଚୟ ଦେଇଥିଲେ। ବେଦପାଠ ଓ ସଙ୍ଗୀତର ସୁମଧୁର ସ୍ଵରରେ ଅତିଥି ମାନଙ୍କୁ ମଞ୍ଚାଷୀନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସାଇ କୁମାର ବେହେରା ମଞ୍ଚାଶିନ ହୋଇ ଶିକ୍ଷା ହିଁ ଛାତ୍ର ଛାତ୍ରୀ ମାନଙ୍କର ଜୀବନ ଶୈଳୀକୁ ବଦଳାଇ ଦେଇ ଥାଏ ବୋଲି ନିଜ ଅଭିଭାଷଣରେ ପ୍ରତିପାଦିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରବକ୍ତ୍ତା ପରିଷଦର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ ଯୋଗ ଦେଇ ପ୍ରତି ଶିକ୍ଷାନୁଷ୍ଠାନ ଏକ ମଣିଷ ତିଆରି କାରଖାନା ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ମହାନ୍ତି , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାମନ ଚନ୍ଦ୍ର ମହାନ୍ତି ମଞ୍ଚଶିନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଟ୍ରଷ୍ଟର ସଭାପତି ସୁଶାନ୍ତ ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡିଭାଇନ୍ ଟ୍ୟୁଟୋରିଆଲ୍ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Post a Comment