Header ADS

ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ପିପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

 ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ପିପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।



ବାଲିଗୁଡ଼ା,୧୫/୨(ସନ୍ଦୀପ କୁମାର ନାୟକ): ସରକାରଙ୍କ ସମସ୍ତ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ପିପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ସ୍ୱାଇଁ । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ ପିପାଲି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଭିନ୍ନ ଦୃଶ୍ୟ। ପିପାଲି ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ଆଉ ଜଣେ ପ୍ରଧାନ ଶିକ୍ଷକ ଭାବେ ପାଠ ପଢା କରନ୍ତି। ଆଜି ଶନିବାର ବିଦ୍ୟାଳୟକୁ ଯାଇଥିଲେ ସମସ୍ତ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟକୁ ଆସିଥିଲେ ପ୍ରଧାନ ଶିକ୍ଷକ। ନିଜର ଶାରୀରିକ ଅସୁସ୍ଥତା ଯୋଗୁଁ ସହ ଶିକ୍ଷୟତ୍ରୀ ଛୁଟିରେ ଥିଲେ। ଆଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଆଉ ଭାତ ଦେବାର ସରକାରଙ୍କ ନିୟମ ଥିବାବେଳେ ପ୍ରଧାନ ଶିକ୍ଷକ ଭାତ ଓ ଅଣ୍ଡା ତରକାରୀ ଦେବା ବଦଳରେ ଭାତ ଆଉ ଡାଲି ଦେଇଥିବା କହିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ପାଚିକା, ପୁଣି ୩ ଘଣ୍ଟା ସମୟରେ ବିଦ୍ୟାଳୟର ଫାଟକ ବନ୍ଦ କରି ତାଲା ପକେଇ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ସ୍ୱାଇଁ ଯାଇଥିବା ଦେଖିବାକୁ ମିଳିଛି। ସକାଳ ୧୦ ଘଣ୍ଟାରୁ ୪ ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠ ପଢିବା ନିମନ୍ତେ ସରକାର ନିୟମ କରିଥିବା ବେଳେ ପ୍ରାୟ ସବୁଦିନ ବିଦ୍ୟାଳୟ ୩ ଘଣ୍ଟାରେ ଛୁଟି କରି ଶିକ୍ଷକ ମାନେ ଘରକୁ ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ସାଧାରଣରେ ଅଞ୍ଚଳବାସୀ ଦାବି କରିଛନ୍ତି ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ।

Post a Comment

Previous Post Next Post
Header ADS