Header ADS

୬ମାସର ଶିଶୁ ପୁତ୍ର ଚୋରି ଅଭିଯୋଗରେ ମହିଳା ଅଟକ | ଚାନ୍ଦିପୁର ଅଞ୍ଚଳରୁ ଶିଶୁ ପୁତ୍ର କୁ ଉଦ୍ଧାର କଲା ନୀଳଗିରି ପୋଲିସ I

 ୬ମାସର ଶିଶୁ ପୁତ୍ର ଚୋରି ଅଭିଯୋଗରେ ମହିଳା ଅଟକ ।

ଚାନ୍ଦିପୁର ଅଞ୍ଚଳରୁ ଶିଶୁ ପୁତ୍ର କୁ ଉଦ୍ଧାର କଲା ନୀଳଗିରି ପୋଲିସ ।



ନୀଳଗିରି,୧୩/୨(ଓଡ଼ିଶା ଆଦର୍ଶ): ବିବାହିତା ଝିଅ ବାପ ଘରକୁ ବୁଲିବାକୁ ଆସିଥିବା ବେଳେ ରାତିରେ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି | ସୂଚନା ଅନୁଯାଇ ନୀଳଗିରି ବ୍ଳକ ଅଧିନ ବରହମପୁର ଅଞ୍ଚଳର ବାଦଲ ସିଂ ଓ଼ ସାରସ୍ବତୀ ସିଂ ଙ୍କ ଔରଷରୁ ୬ମାସର ପିୟୁଷ ସିଂ ନାମକ ଏକ ଶିଶୁ ପୁତ୍ର ଥିବା ବେଳେ ବାପା ବାଦଲ ଓ଼ ସ୍ତ୍ରୀ ସରସ୍ବତୀ ପିଲା ଶିଶୁ ପୁତ୍ର କୁ ନେଇ ଔପଦା ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ହାତୀଖୋଲିଆ ଗ୍ରାମ ର ଶ୍ୱଶୁର ଘରକୁ ଗତ ୧୧ତାରିଖ ମଙ୍ଗଳବାର ଦିନ ବୁଲିବାକୁ ଆସିଥିଲେ | ରାତିରେ ଖିଆ ପିଆ ସାରି ଶ୍ୱଶୁର ଘରେ ସମସ୍ତେ ସୋଇ ପଡ଼ିଥିଲେ | ଶିଶୁ ପୁତ୍ର ପିୟୁଷ ସହିତ ମା ସରସ୍ବତୀ ଏବଂ ଗ୍ରାମର ପଡୋଶୀ ଲେଙ୍କ ସିଂ ର ଝିଅ ନନ୍ଦିନୀ ସିଂ (୨୨) ଗୋଟିଏ ଘରେ ଶୋଇଥିଲେ | ସକାଳେ ଶିଶୁପୁତ୍ର କୁ ନପାଇ ବାପ ଘର ପରିବାରର ସମସ୍ତ ସଦସ୍ୟ ଖୋଜା ଖୋଜି କରିଥିଲେ ମଧ୍ୟ ଶିଶୁ ପୁତ୍ରକୁ ପାଇନଥିଲେ | ଠିକ ସେହି ସମୟରେ ନନ୍ଦିନୀ ସ୍ଥାନ ଛାଡ଼ି ପଳେଇ ଯାଇଥିଲା | ଅଭିଯୋଗ ଆଧାରରେ ନୀଳଗିରି ପୋଲିସ ଆଜି ଶିଶୁପୁତ୍ର କୁ ଚାନ୍ଦିପୁର ଅଞ୍ଚଳରୁ ଉଦ୍ଧାର କରିବା ପରେ ନୀଳଗିରି ମେଡିକାଲ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | ତେବେ ନନ୍ଦିନୀ ସିଂ ନାମରେ ୫୮/୨୦୨୫ ମୂଳେ ମାମଲା ରୁଜ୍ଜୁ କରାଯାଇ ଥିବା ବେଳେ ଆଜି କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।

Post a Comment

Previous Post Next Post
Header ADS