ୱାର୍ଡ ସଂଯୋଜକ ନିଯୁକ୍ତି ନିମନ୍ତେ ଦାବିପତ୍ର।
ବାଲିଗୁଡ଼ା,୧୫/୨(ସନ୍ଦୀପ କୁମାର ନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ନିଖିଳ ଓଡିଶା ପୌର ୱାର୍ଡ଼ କୋଡିନେଟର ୟୁନିଅନ୍ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ସୂଚନା ମୁତାବକ ୨୦୨୨ ରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତ୍ୟେକ ୱାର୍ଡ଼ ଠାରେ ୱାର୍ଡ଼ ଅଫିସ ଖୋଲିବା ପାଇଁ ସ୍ଥିର କରାଯାଇଥିଲା। ଏହି ୱାର୍ଡ଼ ଅଫିସ ପରିଚାଳନା ପାଇଁ ମିଶନ୍ ଶକ୍ତି ଗ୍ରୁପ ଜରିଆରେ ପ୍ରତ୍ୟେକ ୱାର୍ଡ଼ ସ୍ତରରେ କର୍ମଚାରୀ ନିଯୁକ୍ତି କରିବାକୁ ସମସ୍ତ ୟୁ ଏଲ୍ ବି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବାଲିଗୁଡ଼ା ରେ ମଧ୍ଯ ତତ୍କାଳୀନ ଉପଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଉପଯୁକ୍ତ ୱାର୍ଡ ସଂଯୋଜକ ମାନଙ୍କୁ ଚୟନ କରାଯାଇଥିଲା। ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଦରମା ବାବଦକୁ ମାସିକ ୧୨୦୦୦ ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ୱାର୍ଡ ସଂଯୋଜକ ମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ୱାର୍ଡ ସଂଯୋଜକ ମାନେ ଦାବି କରିଛନ୍ତି। ତେବେ ଶନିବାର ସକାଳ ସମସ୍ତ ୱାର୍ଡ଼ ସଂଯୋଜକ ମାନେ ମିଶି ନିର୍ବାହୀ ଅଧିକାରୀଙ୍କୁ ଖୁବ୍ ଶୀଘ୍ର ନିଯୁକ୍ତି ଦାବୀରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଦାବୀ ପତ୍ର ପ୍ରଦାନ ବେଳେ ତେଜସ୍ବୀନି ପାତ୍ର, ସମୀକ୍ଷା ଦଳପତି,ମିନି ପାତ୍ର, ସଲମିନା ଦିଗାଲ,ଲିଜା ପ୍ରଧାନୀ,ସନମ ଦଳପତି ଓ ସୁଜ୍ଞାନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Post a Comment