ନିଖିଳ ଓଡ଼ିଶା ଜୀବିକାମିଶନ ଇସି ସଂଘ ନୀଳଗିରି ପକ୍ଷରୁ ମିଶନଶକ୍ତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ।
ନୀଳଗିରି,୨୮/୧ (ଓଡ଼ିଶା ଆଦର୍ଶ):ଜୀବିକାମିଶନ ଓ ମିଶନଶକ୍ତିର ତୃଣମୂଳ ସ୍ତରରେ ଥିବା ଇସି ସଦସ୍ୟଙ୍କ ରିଷ୍ଟ୍ରକ୍ଚରିଂ ବନ୍ଦକରିବା ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ନିଖିଳଓଡ଼ିଶା ଜୀବିକାମିଶନ ଇସି ସଂଘ ନୀଳଗିରି ପକ୍ଷରୁ ମଙ୍ଗଳବାର ଶହଶହ ଇସି ସଂଘର ମହିଳାକର୍ମୀ ନୀଳଗିରି ବିଡ଼ିଓଙ୍କୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ , ମିଶନଶକ୍ତି ଓ ପର୍ଯ୍ୟଟନବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଇସିସଂଘର ବ୍ଲକ୍ ସଭାପତି ସରସ୍ଵତୀ ପାତ୍ରଙ୍କ ନେତୃତ୍ବରେ ପ୍ରତିପଞ୍ଚାୟତର ଇସି ମାନେ ଏକ ପ୍ରତିବାଦ ପଦଯାତ୍ରାରେ ବାହାରି ନୀଳଗିରି ଗୋଷ୍ଠୀଉନ୍ନୟନ ଅଧିକାରୀ ବିକ୍ରମକେଶରୀ ପରିଡାଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ସୂଚନା ଅନୁଯାୟୀ ଏନଆରଏଲ୍ଏମ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତଜିଲ୍ଲାର ସିଏଲଏଫ୍ ଓ ଜିପିଏଲଏଫ ସ୍ତରରେ ରିଷ୍ଟ୍ରକ୍ଚରିଂ କରିବାପାଇଁ ନିର୍ଦ୍ଦେଶଥିବାରୁ ରାଜ୍ୟର ସମସ୍ତ ଇସି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନଆରଏଲଏମ ଗାଇଡ ଲାଇନ ଅନୁଯାୟୀ ପ୍ରତି ୨ବର୍ଷରେ ଥରେ ଓଏଲଏମ ମାଧ୍ୟମରେ ରିଷ୍ଟକଚରିଂ କରାଯିବା କଥା। ମାତ୍ର ୧୦ବର୍ଷ ଧରି ଜିପିଏଲ୍ଏଫର ସମସ୍ତ କାର୍ଯ୍ୟ ଇସି ମାନଙ୍କୁ ବିନାପାରିଶ୍ରମିକରେ କାର୍ଯ୍ୟ କରାଯାଉଛି। ଜିପିଏଲଏଫର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ଇସି ମାନଙ୍କୁ ଋଣରେ ସ୍କୁଟି ପ୍ରଦାନ କରାଯାଇଛି। ରିଷ୍ଟ୍ରକ୍ଚରିଂ କରାଗଲେ ସ୍କୁଟି ଋଣ ଶୁଝିପାରିବେ ନାହିଁ। ଏତଦଭିନ୍ନ ୪ମାସ ଧରି ସମସ୍ତଖର୍ଚ୍ଚ ବାବଦକୁ ସେମାନଙ୍କୁ ଟଙ୍କା ଦିଆଯାଇନାହିଁ। ଏଭଳି ଅନେକ ସମସ୍ୟା ଦେଖାଦେଇଥିବା ବେଳେ ରିଷ୍ଟ୍ରକଚରିଂ ପ୍ରତ୍ୟାହାର ସହିତ ମିଶନଶକ୍ତିର ଇସି ସଦସ୍ୟମାନଙ୍କୁ ସ୍ଥାୟୀନିଯୁକ୍ତି ପ୍ରଦାନ, ଭାରତୀୟ ଶ୍ରମ ସମ୍ମିଳନୀ ପ୍ରସ୍ତାବନା ଭିତ୍ତିରେ ୱାକ୍ସ ମାନ୍ୟତାର ସୁପାରିସକୁ କାର୍ଯ୍ୟକାରୀ କରିବା, ମାସିକ ମାନଦେୟ ସରକାରଙ୍କ ଦ୍ଵାରା ଘୋଷିତ କୁଶଳୀ ଶ୍ରମିକଙ୍କ ମଜୁରୀ ହାରରେ ପ୍ରଦାନ କରିବା, ଜିପିଏଲଏଫ ଇସି ମୁଣ୍ଡପିଛା ଭତ୍ତା ପ୍ରଦାନ କରିବା,ସହରାଞ୍ଚଳରେ କାର୍ଯ୍ୟରତ ଇସି ସଦସ୍ୟା ମାନଙ୍କୁ କୌଣସି ଭତ୍ତା ପ୍ରଦାନ କରାଯାଉନଥିବାରୁ ସେମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବା, ଇସି ସଦସ୍ୟା ମାନଙ୍କୁ ବରିଷ୍ଠତା ଭିତ୍ତିରେ ପଦନ୍ନୋତି ଦେବା ଆଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଇସି ସଂଘର ନିଷ୍ପତ୍ତି ଅନୁଯାୟୀ ରାଜ୍ୟସରକର ଦାବୀଗୁଡିକ ପ୍ରତି ଧ୍ୟାନ ନଦେଲେ ଏନଆରଏମଏଲ୍ ର ରିଷ୍ଟ୍ରକଚରିଂ ନିଷ୍ପତିଗ୍ରହଣ କରାନଯିବା ସହିତ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳା ନାୟକ, ସଂଯୁକ୍ତା ସିଂହ, ଅହଲ୍ୟା ରାଜ, ପ୍ରତୀକ୍ଷା ସିଂ, ଇନ୍ଦିରା ସିଂ, ରଶ୍ମିତା ସ, ସୁଭଦ୍ରା ବିଶ୍ୱାଳ, ଗୀତାଞ୍ଜଳି ସିଂ, ବିଳାସିନୀ ପରିଡା ପ୍ରମୁଖଙ୍କ ନେତୃତ୍ୱରେ ଶହଶହ ସଦସ୍ୟା ଉପସ୍ଥିତ ଥିଲେ।
إرسال تعليق