ମହାକୁମ୍ଭ ମେଳାରେ ବଡ ଅଘଟଣ
ମହାକୁମ୍ଭରେ ଆଜି ତୃତୀୟ ସାହି ସ୍ନାନ ଥିବାରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଆଜି ମୌନୀ ବ୍ରତ ଥିବାରୁ ମୌନ ଥିବା ସାଧୁ ସନ୍ଥଙ୍କର ମଧ୍ୟ ଉପସ୍ଥିତ ରହିଛି । ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଏକକାଳୀନ ଉପସ୍ଥିତି ଯୋଗୁଁ ସଙ୍ଗମ ସ୍ଥଳରେ ଏପରି ପରିସ୍ଥିତି ଉପୁଜିଥିଲା । ବର୍ତ୍ତମାନ ପାଇଁ ସାଧୁ ସନ୍ଥଙ୍କ ଅମୃତ ସ୍ନାନ ସ୍ଥଗିତ କରିଛି ପ୍ରଶାସନ । ଆଖଡ଼ା ପକ୍ଷରୁ ସାଧୁ ସନ୍ଥଙ୍କ ଅମୃତ ସ୍ନାନ ମଧ୍ୟ ସ୍ଥଗିତ ରହିଛି । ଏପରିକି ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ସହର ବାହାରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ସାମୟିକ କଟକଣା ଜାରି କରିଛି ପ୍ରଶାସନ । ମିଡିଆ କର୍ମଚାରୀଙ୍କୁ ଡାକ୍ତରଖାନା ଭିତରେ ମଧ୍ୟ ଅନୁମତି ଦିଆଯାଉ ନାହିଁ। ବର୍ତ୍ତମାନ ପାଇଁ ୪୪ ଟି ଘାଟକୁ ବନ୍ଦ କରିଦିଆଯାଇଛି । ଘଟଣା ଉପରେ ନଜର ରଖିଛି ୟୁପି ପ୍ରଶାସନ । ଏନେଇ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନ୍ ଯୋଗେ ପିଏମ ମୋଦି କଥା ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ମେଳା ଅଞ୍ଚଳରେ କିଛି ମହିଳା ଶ୍ୱାସରୁଦ୍ଧ ହୋଇ ପରସ୍ପର ଉପରେ ପଡ଼ିଯାଇଥିଲେ। ଯେଉଁ କାରଣରୁ ବ୍ୟାରିକେଡିଂ ଭାଙ୍ଗିଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ମୃତ୍ୟୁ ଖବର ନାହିଁ । ସମସ୍ତଙ୍କର ଚିକିତ୍ସା କରାଯାଉଛି । ୧୦ ରୁ ଅଧିକ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭିଡ଼ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାଗର ସୀମାନ୍ତରେ ଅଧିକାରୀମାନଙ୍କୁ ସକ୍ରିୟ କରାଯାଇଛି।
إرسال تعليق