ଜାତୀୟ ଦିବସ କମିଟି ତରଫରୁ ୭୬ ତମ ଗଣତନ୍ତ୍ର ଦିବସ ପାଳନ
ନୀଳଗିରି,୨୮/୧(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧୀନ ବାଉଁଶ ବଣିଆ ପଞ୍ଚାୟତ ର ଜାତୀୟ ଦିବସ କମିଟି ତରଫରୁ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବ ରେ କମିଟି ସଭାପତି ରାମଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀ ଦେବାନନ୍ଦ ବେହେରା, ମୁଖ୍ୟ ବକ୍ତା କବି ଶରତ ଚନ୍ଦ୍ର ମହାପାତ୍ର, ସରପଞ୍ଚ ନିରଞ୍ଜନ ବାରିକ, ସନ୍ନମାନିତ ଅତିଥି ଔପଦା ବ୍ଲକ ଜଳ ପରିମଳ ସହକାରୀ ଯନ୍ତ୍ରୀ ଭାଗିରଥି ଦାସ, ଅବସରପ୍ରlପ୍ତ ପ୍ରଧାନ ଶିକ୍ଷକ ଭାଗବତ ଘଡେଇ, ନିଜଗଡ଼ ସେବା ସମବାୟ ସଭାପତି ରାମଚନ୍ଦ୍ର ଦାସ, ସମାଜସେବୀ ମିନତୀ ଲତା ବେହେରା, ବରିଷ୍ଠ ଆଇନଜୀବୀ ଅଜୟ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ ମୁକ୍ତିକାନ୍ତ ପାତ୍ର, ବିଜୟ ମିଶ୍ର ଏବଂ ଗୀତାଞ୍ଜଳି ବେହେରା ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ପରିଚାଳନା ରେ ପୂର୍ବତନ ପିଓ ମନ୍ମଥ ମହାପାତ୍ର ଏବଂ ବର୍ତ୍ତମାନ ର ପିଓ ଚନ୍ଦନ ପତ୍ରି, ମଞ୍ଚ ପରିଚାଳନା ଶ୍ରୀନିବାସ ମିଶ୍ର, ସହଯୋଗ କରିଥିଲେ ରାମଭାଇ, ଦୀପକ ନାୟକ, କମିଟି ତରଫରୁ ସାମ୍ବାଦିକ ସତ୍ୟାନନ୍ଦ ପାତ୍ର, ସମରେନ୍ଦ୍ର ବାରିକ, ଲୋକନାଥ ଦଳେଇ,ଅଶେଷ କୁମାର ସ,ସୁକାନ୍ତ ଦାସ ଲେଲିନ କୁମାର ଦେ, ଅଞ୍ଚଳ ର ବିଶିଷ୍ଟ ରୋଲାଣ୍ଡ ବାଦକ କରୁଣାକର ବେହେରା, ଏସିଷ୍ଟାଣ୍ଡ ଜେଇ ଭାଗିରଥି ଦାସ, ଗାୟତ୍ରୀ ଜେନା, ଶିକ୍ଷାବିତ ଭାଗବତ ଘଡେଇ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିବା ବେଳେ ପଞ୍ଚାୟତ ଅଧୀନ ସମସ୍ତ ସ୍କୁଲର ସର୍ବାଧିକ ନମ୍ବର ରଖି ପାସ କରିଥିବା ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ସହିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଅର୍ଜନ କରିଥିବା ୧୪ ଜଣ ଏସ ଏଚ ଜି ଗ୍ରୁପ ର ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ଉତ୍ସବ ରେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ମିଶନ ଶକ୍ତି ସଦସ୍ୟା ଙ୍କ ସମେତ ସହସ୍ରାଧିକ ମହିଳା ପୁରୁଷ, ସ୍କୁଲ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
إرسال تعليق