ବାରଖମା ୧୩୬ ବିଏସଏଫ ବାଟାଲିୟନ ତରଫରୁ ଜନ କଲ୍ୟାଣ କାର୍ଯ୍ୟକ୍ରମ“ମାଗଣା ଚକ୍ଷୁ ସେବା ଶିବିର" ଅନୁଷ୍ଠିତ।
ବାଲିଗୁଡା, ୧୫/୧(ସନ୍ଦୀପ କୁମାର ନାୟକ):ବାରଖମା ବି. କମ୍ପାନୀ ୧୩୬ ବିଏସଏଫ ବାଟାଲିୟନ ତରଫରୁ ଆଜି ଜନ କଲ୍ୟାଣ କାର୍ଯ୍ୟକ୍ରମ ମାଗଣା“ଚକ୍ଷୁ ସେବା ଶିବିର”ଅନୁଷ୍ଠିତ। ଆଜି ସକାଳ ୧୦ ଘଣ୍ଟା ସମୟରେ ୧୩୬ ବିଏସଏଫ ବାଟାଲିୟନ କ୍ୟାମ୍ପ ପରିସରରେ ୧୩୬ ବାଟାଲିଆନ ର ଆସିଷ୍ଟାଣ୍ଟ କମାଣ୍ଡ ଶ୍ରୀ ନିର୍ମଳ ଦାସ ଙ୍କ ନେତୃତ୍ୱରେ ମାଗଣା ଚକ୍ଷୁ ସେବା ଶିବିର ଅନୁଷ୍ଠିତ ହୋଇଛି।କିଛି ଦିନ ତଳେ ତିନୋଟି ପଞ୍ଚାୟତ ର ଜନ ପ୍ରତିନିଧି ଓ ଜନସାଧାରଣ ଙ୍କୁ ନେଇ ଏକ ସଚେତନତା ଶିବିର ବିଏସଏଫ କ୍ୟାମ୍ପ ପରିସରରେ ହୋଇଥିଲା। ସେହି ଶିବିରରେ ୧୩୬ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ନିର୍ମଳ ଚନ୍ଦ୍ର ଦାସ ଆଗାମୀ ଦିନରେ ଏକ ମାଗଣା ଚକ୍ଷୁ ସେବା ଶିବିର କରାଯିବ ବୋଲି କହିଥିଲେ। ଆଜି ୧୩୬ ବିଏସଏଫ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଙ୍କ ନେତୃତ୍ୱରେ ସ୍ଥାନୀୟ ସରପଞ୍ଚ କୁମୁଦିନୀ ମଲିକ, ସମାଜସେବୀ ପରମାନନ୍ଦ ନାୟକ, ମିଲନ ଦିଗାଲ, ଉମାଚରଣ ଦିଗାଲ ଓ ବୁଦ୍ଧିଜୀବୀ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତିନୋଟି ପଞ୍ଚାୟତରୁ ପାଖାପାଖି ୧୫୦ ଜଣ ନିଜ ନିଜର ନାମ ପଞ୍ଜିକରଣ କରି ମାଗଣାରେ ଚକ୍ଷୁ ପରୀକ୍ଷା କରିଥିଲେ। ଉନ୍ନତ ମାନର ଯନ୍ତ୍ରପାତି ଓ ଚକ୍ଷୁ ଡାକ୍ତର ମାନଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ଥିବା ପାଖାପାଖି ୬୫ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯିବ ବୋଲି କହିଥିଲେ ୧୩୬ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ନିର୍ମଳ ଚନ୍ଦ୍ର ଦାସ। ଏହିପରି ମାଗଣା ଚକ୍ଷୁ ସେବା ଶିବିର କାର୍ଯ୍ୟକ୍ରମ ପାଇ ଅଞ୍ଚଳର ଲୋକମାନେ ବହୁତ ଖୁସି ଥିବା କହିଛନ୍ତି। ଆଗାମୀ ଦିନରେ ବାରଖମା, ରେବୀଙ୍ଗିଆ, ସୁଡ୍ରା ତିନୋଟି ଗ୍ରାମ ପଞ୍ଚାୟତ ର କିଛି ଅସହାୟ ଗରିବ ଶ୍ରେଣୀର ଜନସାଧାରଣ ଙ୍କୁ ଆବଶ୍ୟକୀୟ ସାମଗ୍ରୀ ମାଗଣା ବଣ୍ଟନ କରାଯିବ ବୋଲି କହିଥିଲେ ୧୩୬ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ନିର୍ମଳ ଚନ୍ଦ୍ର ଦାସ।
Post a Comment