ନୀଳଗିରି ବ୍ଲକ୍ ରେ ନୂତନ ବିଡ଼ିଓ ଭାବେ ଯୋଗଦେଲେ ବିକ୍ରମ କିଶୋର ପରିଡା।
ନୀଳଗିରି,୧୬/୧(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ ବିକ୍ରମ କିଶୋର ପରିଡା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲାର ଦଶରଥପୁର ତହସିଲଦାର ରୁ ବଦଳି ହୋଇ ନୀଳଗିରି ବ୍ଳକ ରେ ଆଜି ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ଦାୟିତ୍ବ ଗ୍ରହଣ କରିଛନ୍ତି। ଆଦିବାସୀ ବହୁଳ ନୀଳଗିରି ବ୍ଲକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କୁ ସୁଚାରୁ ରୂପେ କାର୍ଯ୍ୟ କରି ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି।
Post a Comment