Header ADS

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳଗିରିଠାରେ ଦ୍ୱାବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ନୀଳଗିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ  ଦ୍ୱାବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।



ନୀଳଗିରି,୧୬/୨୫ (ଓଡ଼ିଶା ଆଦର୍ଶ): ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳଗିରିଠାରେ ଦ୍ୱାବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ମୁଖ୍ୟବକ୍ତା ମାନନୀୟ ଶ୍ରୀଯୁକ୍ତ ସରୋଜ କୁମାର ହାତୀ ସମ୍ପାଦକ ଶିକ୍ଷା ବିକାଶ ସମିତି, ଓଡିଶା ଭାରତୀୟ ଶିକ୍ଷା ଦର୍ଶନ ଏବଂ ପିଲାମାନଙ୍କ ଚାରିତ୍ରିକ ଗଠନ ଉପରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ପାତ୍ର ମଞ୍ଚାସୀନ ଅତିଥିଙ୍କୁ ଉତ୍ତରିୟ ପ୍ରଦାନ ସହିତ ସଭାପରିଚଳନା କରିବା ସହିତ ଆଶୀର୍ବଚନ ପ୍ରଦାନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହେରା ଉପସ୍ଥିତ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜୟକୃଷ୍ଣ ବାରିକ ବାର୍ଷିକ ବିବରଣୀ ପଠନ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS