Header ADS

ନିଆଁ ଲାଗି ଜଳିଗଲା ହୋଟେଲ, କାରଣ ଅସ୍ପଷ୍ଟ ।

 ନିଆଁ ଲାଗି ଜଳିଗଲା ହୋଟେଲ, କାରଣ ଅସ୍ପଷ୍ଟ 



ନୀଳଗିରି,୮/୧୨(ଓଡ଼ିଶା ଆଦର୍ଶ): ନିଆଁ ଲାଗି ଜଳିଗଲା ହୋଟେଲ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଶେରଗଡ଼ - ଝରଣଘାଟି ୧୯ନମ୍ବର ରାଜ୍ୟ ରାଜପଥ ର ଗରଡ଼ିହି ଛକ ଠାରେ ଥିବା କାହ୍ନା ଜି ହୋଟେଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀ କୁ ଖବର ଦିଆଯିବାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ହେଲେ ନିଆଁର ପ୍ରକପ ଏତେ ଭୟଙ୍କର ଥିଲାଯେ ଅଗ୍ନିକାଣ୍ଡ ଘଟି ହୋଟେଲ ଟି ସମ୍ପୂର୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ହୋଟେଲଟି ଆଜି ବନ୍ଧ ରହିଥିବା ବେଳେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ହୋଟେଲ ଭିତରେ ଥିବା ଟିଭି,ଫ୍ରିଜ୍,ରୋଷେଇ ଉପକରଣ ସମେତ ସମସ୍ତ ଆସବାପତ୍ର ଜଳିପଡ଼ି ପାଉଁଶ ହୋଇଯାଇଛି। ତେବେ ସର୍ଟ ସର୍କିଟ ରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

Post a Comment

أحدث أقدم
Header ADS