ବାଲିଗୁଡ଼ାରେ କେନ୍ଦ୍ରୟୀ ବିଦ୍ୟାଳୟ ସ୍ଥାପନ ପାଇଁ ଦାବୀ ଜଣେଇଲେ ବାଲିଗୁଡ଼ା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ
ବାଲିଗୁଡ଼ା,୧୦/୧୨(ସନ୍ଦିପ କୁମାର ନାୟକ):ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ଼ଃ ସୁକାନ୍ତ ମଜୁମଦାର। ପ୍ରଥମେ ମହା ଆଡ଼ମ୍ବରରେ ଦଳୀୟ କର୍ମୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ବାଲିଗୁଡା ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିମନ୍ତେ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଙ୍କୁ ଭେଟି ବାଲିଗୁଡ଼ା ବ୍ଲକ ଅଞ୍ଚଳ ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିବାକୁ ଦାବି ଜଣାଇଥିଲେ। ତାଙ୍କ ସହ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଂସଦଙ୍କ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବରିଷ୍ଠ କାର୍ଯ୍ୟକର୍ତ୍ତା ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ଜିଲ୍ଲା ପାଇଁ ବାଲିଗୁଡା ବ୍ଲକ ଏକ ସର୍ବ ବୃହତ ବ୍ଲକ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ନ ଥିବାରୁ ଗୁଣାତ୍ମକ ଶିକ୍ଷରୁ ବଞ୍ଚିତ ରହୁଛନ୍ତି ବାଲିଗୁଡା ଛାତ୍ର ଛାତ୍ରୀ। ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବାଲିଗୁଡା ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ ଏକ ଉତ୍ତମ ପଦକ୍ଷେପ କୁ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ପ୍ରସଂଶା କରିଛନ୍ତି।
إرسال تعليق