ରାଜ୍ୟ ୱାର୍ଡମେମ୍ବର ମହାସଂଘ ର କାର୍ଯ୍ୟକାରିଣୀ ବୈଠକ।
ବାଲିଗୁଡା,୨/୧୧(ସନ୍ଦୀପ କୁମାର ନାୟକ):ରାଜ୍ୟ ୱାର୍ଡମେମ୍ବର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ଆଜି ଭୁବନେଶ୍ୱର ରେ ରାଜ୍ୟ ୱାର୍ଡମେମ୍ବର ମହାସଂଘର ସଭାପତି ସନ୍ତୋଷ କୁମାର ସାହୁ ଙ୍କ ନେତୃତ୍ୱରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱାର୍ଡମେମ୍ବର ମାନଙ୍କ ଅଧିକାର କ୍ଷୁର୍ଣ ଓ ସରକାରଙ୍କ ବ୍ୟବସ୍ଥାରେ ସମ୍ପୂର୍ଣ ଅଣଦେଖା କରାଯାଉଥିବାରୁ ୭ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯିବା ନେଇ ଆଲୋଚନା କରାଯାଇଛି। ନିୟମିତ ଭତ୍ତା ପ୍ରଦାନ, ନାଏବ ସରପଞ୍ଚ ଙ୍କୁ ମାସିକ ୮ ହଜାର ଭତ୍ତା ଓ ୱାର୍ଡମେମ୍ବର କୁ ୬୦୦୦ ମାସିକ ଭତ୍ତା ପ୍ରଦାନ, କାର୍ଯ୍ୟକାଳ ସମୟରେ ମୃତ ହେଲେ ୨ ଲକ୍ଷ, ଦୁର୍ଘଟଣାରେ ଅକ୍ଷମ ହେଲେ ୨ ଲକ୍ଷ ଆଂଶିକ ଅକ୍ଷମତା ପାଇଁ ୧ ଲକ୍ଷ ଅନୁକମ୍ପା ସହାୟତା ରାଶି ପ୍ରଦାନ, ପଞ୍ଚାୟତର ସମସ୍ତ କାର୍ଯ୍ୟ ଅବଗତି ହେବା, ପଞ୍ଚାୟତର ସମସ୍ତ ବୈଠକ ରେ ଉପସ୍ଥିତ ରହିବା, ପଞ୍ଚାୟତର ସମସ୍ତ ପ୍ଲାନ ଅବଗତି କରିବା। ଏହି ସମସ୍ତ ଦାବି ଗୁଡିକ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସଭାପତି ସନ୍ତୋଷ କୁମାର ସାହୁ, ଉପସଭାପତି ରଜତ କୁମାର ୱାଲ, ସମ୍ପାଦକ ପରମାନନ୍ଦ ନାୟକ, ଯୁଗ୍ମ ସମ୍ପାଦକ ସଂଜୀବ କୁମାର ଦିଗାଲ, କୋଷାଦକ୍ଷ ଶୁଭଜିନି ପ୍ରଧାନ ଙ୍କ ସହ ରାଜ୍ୟ ସମସ୍ତ ୱାର୍ଡମେମ୍ବର ମାନେ ଉପସ୍ଥିତ ଥିଲେ।
إرسال تعليق